କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସକୁ ଆଜି ଏକ ବଡ ଝଟକା ଦେଇଛି ବିଜେପି । ଚନ୍ନିଙ୍କ ସଂପର୍କୀୟ ଭାଇ ଜସବିନ୍ଧର ସିଂ ଧଲିୱାଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ ଚଣ୍ଡିଗଡ ଠାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାବତଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିିଳିଛି । ଏହି କ୍ରମରେ ଅକାଳୀଦଳର କିଛି ନେତା ବି ବିଜେପିରେ ଯୋଗ ଦେଇଛନ୍ତି ।

Advertisment

ମଙ୍ଗଳବାର ଦିନ ବିଧାୟକ ଅରବିନ୍ଦ ଖନ୍ନା, ଅକାଳୀଦଳ ନେତା ଗୁରଦୀପସିଂ ଗୋଶା ଓ ଧର୍ମବୀର ସାରିନ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀ ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି ।

କହିରଖୁ କି ନିର୍ବାଚନ ତାରିଖ ଘୋଷଣା ପରେ ପଞ୍ଜାବରେ ଦଳ ବଦଳ ଜୋର ଧରିଛି । ଏହି କ୍ରମରେ ନେତାମାନେ ଦଳବଦଳ ଜାରି ରଖିଛନ୍ତି । ନିର୍ବାଚନ ଆୟାଗଙ୍କ ଘୋଷଣା ମୁତାବକ ପଞ୍ଜାବରେ ଗୋଟିଏ ପର୍ଯ୍ୟୟରେ ଭୋଟ ଗ୍ରହଣ ହେବ । ସୂଚନା ଥାଉକି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ସେତେବେଳେ ବିଜେପିକୁ ମାତ୍ର ୩ ଟି ଅକାଳୀଦଳକୁ ୧୫ ଟି ଆସନ ମିଳିଥିଲା ।

ମାତ୍ର ବିଗତ ୨ ବର୍ଷ ମଧ୍ୟରେ କଂଗ୍ରେସର ଦଳୀୟ କନ୍ଦଳ ପଦାରେ ପଡିବା ପରେ ଏହାକୁ ନେଇ ଦଳ ଭିତରେ ଅନେକ ମତ ପ୍ରା୍ଥକ୍ୟ ଦେଖିବାକୁ ମିଳିଥିଲା । ପଞ୍ଜାବ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ କ୍ୟାପଟେନ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦ ସହ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ଏକ ନାଟକୀୟ ମୋଡରେ ଚରଣଜିତସିଂ ଚନ୍ନି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଏବେ ବିଜେପି ପଞ୍ଜାବ ଦଖଲ କରିବାକୁ କଳ, ବଳ, କୌଶଳ ପୂରା ଦମରେ ଲଗାଇ ଦେଇଛି ।