ସାବଧାନ୍ ! ଏଣିକି ରାସ୍ତାରେ ଚାନ୍ଦା ମାଗିଲେ ରୁଜୁ ହେବ ଡକାୟତି ମାମଲା

ବେଆଇନ୍‌ ଚାନ୍ଦା ଆଦାୟ ରୋକିବାକୁ ଥାନାଙ୍କୁ ନିର୍ଦ୍ଦେଶ ଦେଲେ ଡିଜି

574

କନକ ବ୍ୟୁରୋ: ରାସ୍ତା ଉପରେ ବସଗୁଡ଼ିକରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ଡକାୟତି ମାମଲା ରୁଜୁ ହେବ। ରାତି ସମୟରେ ଯେଉଁ ସ୍ଥାନମାନଙ୍କରେ ବସ୍ ଅଟକାଇ ଚାନ୍ଦା ଆଦାୟ କରାଯାଉଥିବ ସୂଚନା ପାଇଲେ ପୁଲିସ୍ ତୁରନ୍ତ ପଦକ୍ଷେପ ନେବ। କୌଣସି ମତେ ପାର୍ବଣ ଋତୁରେ ରାସ୍ତା ଉପରୁ ଚାନ୍ଦା ଆଦାୟ ଘଟଣାକୁ ବରଦାସ୍ତ କରାଯିବନି ବୋଲି ଗତକାଲି ଡିଜି ବିଜୟ କୁମାର ଶର୍ମା ସମସ୍ତ ଥାନାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ବସ୍ ମାଲିକ ସ˚ଘ ପକ୍ଷରୁ ଗତକାଲି ଡିଜିଙ୍କୁ ଭେଟି ବେଆଇନ୍ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଡିଜି ଏହି ପଦକ୍ଷେପ ନେଇଛନ୍ତି।

ରାତି ସମୟରେ ଦୂର ଦୂରାନ୍ତରୁ ବସଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଉଥିଲାବେଳେ ଜାତୀୟ ରାଜପଥ ଉପରେ ବିଭିନ୍ନ ସ୍ଥାନରେ କିଛି ବ୍ୟକ୍ତି ବେଆଇନ ଭାବେ ଚାନ୍ଦା ଆଦାୟ କରୁଛନ୍ତି। ଚାନ୍ଦା ପାଇଁ ବସ୍କୁ ଦୁଇ ତିନିଘଣ୍ଟା ପର୍ଯ୍ୟନ୍ତ ଅଟକ ରଖୁଛନ୍ତି। ଯାହାଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଦବିବାଦ ଏବ˚ କେତେକ କ୍ଷେତ୍ରରେ ଆକ୍ରମଣ କରି ଚାନ୍ଦା ଦିଆଯିବାକୁ ବାଧ୍ୟ କରାଯାଉଛି। ସାରା ରାଜ୍ୟରେ ଗଣେଶ ପୂଜାରୁ ଦୁର୍ଗାପୂଜା ପର୍ଯ୍ୟନ୍ତ ପାର୍ବଣ ସମୟ ଜାରି ରହିବ। ଏଥିପାଇଁ ରାସ୍ତାଘାଟରେ ବ୍ୟାଗ, ଥାଳି ଧରି ଚାନ୍ଦା ଆଦାୟ ଏକ ନିୟମିତ ଧାରାରେ ପରିଣତ ହେଲାଣି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୧୮ହଜାର ଘରୋଇ ବସ୍ ଚାଲୁଥିବାବେଳେ ସେଗୁଡିକ ମଧ୍ୟରୁ ପ୍ରାୟ ୬ହଜାର ବସ୍ ରାତି ସମୟରେ ଯାତ୍ରା କରୁଛନ୍ତି। ହେଲେ ରାତି ସମୟରେ ବେଆଇନ ଚାନ୍ଦା ଆଦାୟ ଯୋଗୁଁ ବସ୍ କର୍ମଚାରୀ ଓ ଯାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ରାତିରେ ଚାନ୍ଦା ଆଦାୟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସ˚ଘ ଦାବି ଜଣାଇଛି।

ପୂଜା କମିଟିଗୁଡ଼ିକ ଥାନାରୁ ଅନୁମତି ନେଉଛନ୍ତି। ଯେପରି ବେଆଇନ୍ ଭାବେ ରାସ୍ତା ଉପରୁ ଚାନ୍ଦା ଆଦାୟ ନହେବ ତାହା ଉପରେ ପୂଜା କମିଟିଗୁଡ଼ିକ ଲିଖିତ ଭାବେ ଥାନାକୁ ପ୍ରତିଶ୍ରୁତି ଦେବାକୁ ସ˚ଘ ପକ୍ଷରୁ ଅନୁରୋଧ କରାଯାଇଛି। ପୂର୍ବରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ବେଆଇନ୍ ଚାନ୍ଦା ଆଦାୟ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ନିଆଯାଇଥିଲା। ଯାହାଦ୍ବାରା ପ୍ରାୟ ୮୦ ପ୍ରତିଶତ ଚାନ୍ଦା ଆଦାୟ କମିଯାଇଥିଲା। ହେଲେ ଏବେ ବସ୍ ପିଛା ବିଭିନ୍ନ ସ୍ଥାନରେ ୩ହଜାରରୁ ୫ହଜାର ଟଙ୍କା ଆଦାୟ କରାଯାଉଥିବା ସ˚ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଅଭିଯୋଗ କରିଛନ୍ତି। ତେଣୁ ପ୍ରତ୍ୟେକ ଥାନା ପକ୍ଷରୁ ସ୍ବତଃ ହାଇେଵ ପାଟ୍ରୋଲି˚ କରାଯାଇ ଚାନ୍ଦା ଆଦାୟ ରୋକିବା ସହ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାକୁ ସ˚ଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ସ˚ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସହ କୋଷାଧ୍ୟକ୍ଷ ଲୋକନାଥ ପାଣି, ସହକାରୀ କୋଷାଧ୍ୟକ୍ଷ ବରଦା ଆଚାର୍ୟ୍ୟ ଉପସ୍ଥିତ ଥିଲେ।