ପୁରୀରେ କିନ୍ନର- ପୋଲିସ ମୁହାଁମୁହିଁ : ମୁଥ ମରାମରି ଓ ମାରପିଟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

୨ କିନ୍ନରଙ୍କୁ ସମୁଦ୍ରକୂଳ ଥାନାରେ ଅଟକ; ରାତିରେ ବୁଲୁଥିବା ବେଳେ ଅଟକାଇଥିଲା ପୁଲିସ

518

କନକ ବ୍ୟୁରୋ : ପୁରୀରେ ପୋଲିସ ଓ କିନ୍ନର ମଧ୍ୟରେ ମୁହାଁମୁହିଁ । ପୁରୀ ସମୁଦ୍ର କୂଳ ଥାନା ସୁବାଷ ବୋଷ ଛକ ନିକଟରେ ଏଭଳି ଘଟଣା ଘଟିଛି । ସୋସିଆଲ ମିଡ଼ିଆରେ ଏହି ମାଡ଼ପିଟ୍ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କିନ୍ନର ମାନେ ବୁଲୁଥିବା ବେଳେ ପୋଲିସ ଅଟକାଇଥିଲା । କିନ୍ନର ମାନେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ କିନ୍ନର ଓ ପୋଲିସଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ହାତାହାତି ଯାଏଁ କଥା ଯାଇଥିଲା । ଏଥିରେ ପୋଲିସ ଏବଂ କିନ୍ନର ଆହତ ହୋଇଛନ୍ତି । କିନ୍ନରଙ୍କୁ ସମୁଦ୍ରକୂଳ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।