ପୁନୀଥ ରାଜକୁମାରଙ୍କ ଚକ୍ଷୁଦାନ ଫଳରେ ୪ ଜଣଙ୍କ ଜୀବନରେ ଆସିଲା ଆଲୋକ, କାର୍ନିଆକୁ ୪ ଭାଗ କରି ଲଗାଇଲେ ଡାକ୍ତର

148

କନକ ବ୍ୟୁରୋ : ଅକ୍ଟୋବର ୨୯ ତାରିଖରେ କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ପୁନୀଥ୍ ରାଜକୁମାରଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ତାଙ୍କର ଆଖିଦାନ କରିଥିଲେ । ସେ ତାଙ୍କର ଚକ୍ଷୁଦାନ କରିବା ପରେ ଏହା ନାରାୟଣ ନେତ୍ରାଳୟ ଆଇ ହସ୍ପିଟାଲକୁ ଆସିଥିଲା । ହସ୍ପିଟାଲ ତରଫରୁ ପୁନୀଥଙ୍କ ଦୁଇଟି ଚକ୍ଷୁକୁ ଚାରିଜଣ ଲୋକଙ୍କ ଠାରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନରେ ଆଲୋକ ଭରିଛନ୍ତି ଡାକ୍ତର ।

ନାରାୟଣ ନେତ୍ରାଳୟର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଡାକ୍ତର ଭୁଜଙ୍ଗ ସେଟ୍ଟୀ କହିଛନ୍ତି କି ପୁନୀଥଙ୍କ ଆଖି ହସ୍ପିଟାଲରେ ପହଂଚିବା ପରେ ଏହାର କାର୍ନିଆ ଓ ଗଭୀର ପରଦାକୁ ଅଲଗା କରି ପ୍ରତ୍ୟକ ଆଖିକୁ ବ୍ୟବହାର କରି ଦୁଇଜଣ ଲେଖାଏଁ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । କହିରଖୁ କି ପୁନୀଥଙ୍କ ପିତା ଅଭିନେତା ରାଜକୁମାର ବି ମୃତ୍ୟୁ ପୂର୍ବରୁ ଚକ୍ଷୁଦାନ କରିଥିଲେ ।

ଏନେଇ କନ୍ନଡ ଅଭିନେତା ଚେତନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, “ଯେତେବେଳେ ମୁଁ ହସ୍ପିଟାଲରେ ଅପ୍ପୁ (ପୁନୀଥ୍ ରାଜକୁମାର) ଙ୍କୁ ଶେଷ ଦର୍ଶନ କରିବାକୁ ଯାଇଥିଲି ସେତେବେଳେ ଡାକ୍ତରମାନେ ଅପ୍ପୁଙ୍କ ଆଖି ଅପରେଶନ କରୁଥିଲେ । ଏହି ଘଟଣାରୁ ମୁଁ ପ୍ରେରିତ ହେଲି ଯେ ଜୀବନର ଶେଷ ସମୟରେ ସେମାନଙ୍କ ଭଳି ଦୁନିଆର ପ୍ରତିଟି ଲୋକ ନିଜ ଶରୀର ଦାନ କରି ଅନ୍ୟମାନଙ୍କ ଜୀବନରେ ଆଲୋକ ଆଣିବା ଆବଶ୍ୟକ ”