ଚାଲିଗଲେ ଅଭିନେତା ପୁନୀଥ ହେଲେ ଏବେ ଦୁନିଆ ଦେଖିବ ତାଙ୍କର ଆଖି, ୨ ପ୍ରଶଂସକଙ୍କ ଦେହାନ୍ତ

224

କନକ ବ୍ୟୁରୋ : ପ୍ରତିଟି ମଣିଷ ଦୁନିଆକୁ କିଛି ସୀମିତ ସମୟ ପାଇଁ ଆସିଥାଏ । ହେଲେ ଦୁନିଆ ଛାଡିବା ପରେ ବି କିଛି ଲୋକ ଏଭଳି କାମ କରିଥାନ୍ତି ଯେ ଲୋକେ ତାଙ୍କୁ ଦୀର୍ଘଦିନ ଧରି ମନେ ରଖିବାକୁ ବାଧ୍ୟ ହୋଇଥାନ୍ତି । ଯେମିତି କି ଏବେ କନ୍ନଡ ଅଭିନେତା ପୁନୀଥ୍ କରିଦେଖାଇଛନ୍ତି । ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ଓ ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ । ଅନ୍ତିମ ସଂସ୍କାର ପରେ ତାଙ୍କ ଶରୀର ଅଗ୍ନିରେ ବିଲିନ ହୋଇଯିବ । ମାତ୍ର ସେ ତାଙ୍କ ଆଖିô ଦାନ କରିଥିବାରୁ ଏବେ ତାଙ୍କ ପ୍ରଶଂସକମାନେ ଅନ୍ୟଠାରେ ତାଙ୍କ ଆଖି ଦେଖିପାରିବେ ।

ପୁନୀଥ୍ କନ୍ନଡ ସିନେମାରେ ଜଣେ ଲୋକପ୍ରିୟ ନାୟକ ଥିଲେ । ଅନେକ ସିନେମାରେ ଅଭିନୟ କରି ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ ତାଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ଭିଡ ରୋକିବାକୁ କର୍ଣ୍ଣାଟକ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲଗାଇବାକୁ ବାଧ୍ୟ ହୋଇଛନ୍ତି । ଏହାସହ ବେଙ୍ଗାଲୋରରେ ୨ ରାତି ପାଇଁ ମଦବିକ୍ରି ଉପରେ ବି ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ ପୁନୀଥଙ୍କ ମୃତ୍ୟୁରେ ମର୍ମାହତ ହୋଇ ୨ ଜଣ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିବା ଖବର କହୁଛି କି ବାସ୍ତବରେ ପୁନୀଥ୍ କେତେ ଲୋକପ୍ରିୟ ଥିଲେ ।

ଅନ୍ୟପଟେ ପୁନୀଥ କେବଳ ଆଖିଦାନ କରିନାହାଁନ୍ତି, ତାଙ୍କ ପିତା ତଥା କନ୍ନଡ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ପୁନିତଙ୍କ ପିତା ଡ. ରାଜକୁମାର ୧୯୯୪ ମସିହାରେ ତାଙ୍କ ପୁରା ପରିବାର ମୃତ୍ୟୁ ପରେ ଚକ୍ଷୁଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଓ ରାଜକୁମାରଙ୍କ ମୃତ୍ୟୁପରେ ତାଙ୍କ ଆଖି ବି ଦାନ କରିଥିଲେ ।

ପୁନୀଥ୍ ରାଜକୁମାରଙ୍କ ମୃତ୍ୟୁପରେ ଏବେ ପୁରା କର୍ଣ୍ଣାଟକ ଶୋକରେ ରହିଛି । ଏହାସହ ପୁନୀଥଙ୍କ ପତ୍ନୀ ଆଶିନ୍ ଓ ଦୁଇଝିଅ ବନ୍ଦିତା ଓ ଧୃତି ବି ଶୋକ ସାଗରରେ ବୁଡି ଯାଇଛନ୍ତି । ସେପଟେ କର୍ଣ୍ଣାଟକ ସରକାର ପୁନୀଥଙ୍କ ମୃତ୍ୟୁପରେ ରାଜ୍ୟରେ ଗୋଟିଏ ଦିନ ଛୁଟି ଘୋଷଣା କରିବା ସହ ପୁନୀଥଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଜ୍ୟଦାର ସହ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ।