ଟିକେ ସମ୍ଭାଳିକି …କାରଣ ଶୌଚାଳୟରେ ବି ଚାଲୁଛି କ୍ୟାମେରାର କେଳେଙ୍କାରୀ ! କଫି ସପ୍ ର ମହିଳା ଶୌଚାଳୟରେ ଲାଗିଥିଲା ସିସିଟିଭି କ୍ୟାମେରା , ମହିଳା ଦେଖିଲେ , ସୋସିଆଲ ମିଡିଆରେ ଭିଡିଓ ସେୟାର୍ କରି ସତର୍କ କଲେ ।

656

ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଲୋକଙ୍କୁ ଜାଗୃତ କରିବା ପାଇଁ ମଧ୍ୟ କିଛି ଭିଡିଓ ସେୟାର୍ କରାଯାଇଥାଏ । ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ମହିଳା ଶୌଚାଳୟ ଭିତରେ ସିସିଟିଭି କ୍ୟାମେରା ଲାଗିଥିବା ବିଷୟରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି । ମହିଳାଜଣକ ଭିଡିଓରେ କହିଛନ୍ତି ଯେ, ପୁଣେର ଏକ ପ୍ରସିଦ୍ଧ କଫି ସପରେ ଶୌଚାଳୟ ଭିତରେ ଏହି ସିସିଟିଭି କ୍ୟାମେରା ଲାଗିଛି ।

ଶୌଚାଳୟ ଭିତରେ ମହିଳା ଜଣଙ୍କ କ୍ୟାମେରା ଲଗାଯାଇଥିବାର ଦେଖି ତତକ୍ଷଣାତ୍ ଏନେଇ ମ୍ୟାନେଜମେଣ୍ଟଙ୍କ ପାଖରେ ଅଭିଯୋଗ କରଥିଲେ । କିନ୍ତୁ ମ୍ୟାନେଜମେଣ୍ଟ ପକ୍ଷରୁ ସେତେଟା ସନ୍ତୁଷ୍ଟ ଜନକ ପଦକ୍ଷେପ ନିଆଯାଇନଥିଲା ଏବଂ ମ୍ୟାନେଜମେଣ୍ଟ୍ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ ଏବଂ ମହିଳାଙ୍କ ବାହାରକୁ ଆସିବା ମାତ୍ରେ ସେଠାରୁ କ୍ୟାମେରାକୁ ହଟାଇ ଦିଆଯାଇଥିଲ । ତେବେ ଘଟଣାରେ ଚୁପ୍ ନ ରହି ମହିଳା ସୋସିଆଲ ମିଡିଆ ମାଧ୍ୟମରେ ଖବରକୁ ଜଣାଇଛନ୍ତି । ସେ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି ଯାହା କିଛି ସମୟ ମଧ୍ୟରେ ଜୋରଦାର ଭାଇରାଲ ହେବାକୁ ଲାଗିଛି । ପୋଷ୍ଟ ଦ୍ୱାରା ପୁଣେ ପୁଲିସକୁ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ମହିଳା ।

ପୁଣେ ପୁଲିସ ଏହାର ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଏହିପରି କୌଣସି ଅଭିଯୋଗ ତାଙ୍କ ନିକଟକୁ ଆସେ ସେ ଏହି ମାମଲାର ତଦନ୍ତ କରିବେ । ମିଡିଆ ରିପୋର୍ଟ ମୁତାବକ ଏହି ଘଟଣା ପରେ କଫି ସପ୍ ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛି । ଅଭିନେତ୍ରୀ ରିଚା ଚ୍ଚଡା ଏହାକୁ ଘୋର ନିନ୍ଦା କରି, ପୁଣେ ପୁଲିସକୁ କାର୍ଯ୍ୟନୁଷ୍ଠାନ ପାଇଁ ଅପିଲ କରିଛନ୍ତି ।