କନକ ବ୍ୟୁରୋ : ବାଇକ୍, ଟେକ୍ସି ସର୍ଭିସ ଦେଉଥିବା କମ୍ପାନୀ ରାପିଡୋକୁ ବମ୍ବେ ହାଇକୋର୍ଟରୁ ବଡ ଝଟକା ଲାଗିଛି । ବମ୍ବେ ହାଇକୋର୍ଟରେ ପୁଣେରେ କମ୍ପାନୀର ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି, ବାଇକ୍, ଟେକ୍ସି ସହ କମ୍ପାନୀ ରିକ୍ସା, ଡେଲିଭରି ଆଦି ସର୍ଭିସ ବିନା ଲାଇସେନ୍ସରେ ଚଳାଇଛି ।

Advertisment

ରାପିଡୋ ଟେକ୍ସି ସର୍ଭିସକୁ ନେଇ ଶୁଣାଣି କ୍ରମରେ କୋର୍ଟ ଶୁକ୍ରବାର ଠାରୁ ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟର ଶୁଣାଣି ପରେ କମ୍ପାନୀ ତରଫରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ସମସ୍ତ ସେବା ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମାମମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ଶୁକ୍ରବାର ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ରାପିଡୋ ତରଫରୁ ୨୦୨୨ ମାର୍ଚ୍ଚ ୧୬ ତାରିଖରେ ଲାଇସେନ୍ସ ପାଇଁ ପୁଣେ ଆରଟିଓରେ ଆବେଦନ କରିଥିଲେ । ଏହାକୁ ରାଜ୍ୟ ପରିବହନ ବିଭାଗ ଅଗ୍ରାହ୍ୟ କରିଦେଇଥିଲେ । ଏହାସହ ପରିବହନ ବିଭାଗ ଲୋକମାନଙ୍କୁ ରାପିଡୋର କୌଣସି ସେବା ନନେବାକୁ ଅନୁରୋଧ କରିଥିଲା । ଏହାପରେ କମ୍ପାନୀ ତରଫରୁ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ତରଫରୁ ୨୦୨୨ ନଭେମ୍ବର ୨୯ ତାରିଖରେ ରାଜ୍ୟ ପରିବହନ ବିଭାଗକୁ ରାପିଡୋର ଆବେଦନ ଉପରେ ଆଉଥରେ ବିଚାର କରିବାକୁ କହିଥିଲେ । ୨୧ ଡିସେମ୍ବର ୨୦୨୨ ରେ ଆରଟିଓର ଏକ ବୈଠକରେ ରାପିଡୋର ଆବେଦନକୁ ଦ୍ୱିତୀୟଥର ପାଇଁ ଖାରଜ କରାଯାଇଥିଲା । ଏଥିରେ କୁହାଯାଇଥିଲା କି କମ୍ପାନୀ ତରଫରୁ ରାଜ୍ୟରେ ବାଇକ୍ ଓ ଟାକ୍ସି ଚଳାଚଳ ନେଇ କୌଣସି ନିର୍ଦ୍ଧିଷ୍ଠ ନିୟମ ନାହିଁ ।