ମଜାଳିଆ ଢଙ୍ଗରେ ଖାନ୍ ସାହାବ୍ ଙ୍କ ଚାଲାଣ କାଟିଦେଲେ ପୁଣେ ପୋଲିସ୍ : ଟ୍ୱିଟରରେ ଲେଖିଲେ , “ଏସେ କେସେ ଚଲେଗା ଖାନ୍ ସାହାବ୍”?

415

ନିଜର ମଜାଳିଆ ଟ୍ୱିଟ୍ ପାଇଁ ପରିଚିତ ହୋଇଥିବା ପୁଣେ ପୋଲିସ୍ ପୁଣିଥରେ ସୋସିଆଲ୍ ମିଡିଆରେ ଧମାଲ୍ ମଚାଇଛନ୍ତିି । ଗୋଟିଏ ମଟରସାଇକେଲ୍ ର ଚାଲାଣ କାଟିଥିବା ବେଳେ ପୋଲିସ୍ ଟ୍ୱିଟରରେ ଲେଖିଥିଲେ , “ଏସେ କେସେ ଚଲେଗା ଖାନ୍ ସାହାବ୍”? ମଜାର କଥା ହେଉଛି ୟୁଜର୍ ଯେଉଁ ଫଟୋ ଟ୍ୱିଟରରେ ସେୟାର୍ କରିଥିଲେ ସେଥିରେ ବାଇକ୍ ଆରୋହୀଙ୍କ ନମ୍ବର ପ୍ଲେଟ୍ ରେ “ଖାନ୍ ସାହାବ୍” ବୋଲି ଲେଖା ହୋଇଥିଲା । ଏହାର ଉତ୍ତରରେ ପୁଣେ ପୋଲିସ୍ ଲେଖିଥିଲେ ,

ଖାନ୍ ସାହାବ୍ କୋ କୁଲ୍ ଭି ବନନା ହେ ,

ଖାନ୍ ସାହାବ୍ କୋ ହେୟାରଷ୍ଟାଇଲ୍ ଭି ଦିଖାନି ହେ ,

ଖାନ୍ ସାହାବ୍ କୋ ହିରୋୱାଲି ବାଇକ୍ ଭି ଚଲାନି ହେ ,

ପର୍ ଖାନ୍ ସାହାବ୍ କୋ ଟ୍ରାଫିକ୍ ନିୟମ ଫଲୋ ନହିଁ କରନେ

“ଏସେ କେସେ ଚଲେଗା ଖାନ୍ ସାହାବ୍”?

ଏହାପରେ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କ ଚାଲାଣ କାଟି ନମ୍ବରକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ତେବେ କୌତୁହର ବିଷୟ ହେଉଛି ପୁଣେ ପୋଲିସ୍ ର ଏହି ମଜାଳିଆ ଅନ୍ଦାଜ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । ଲୋକମାନେ ପୁଣେ ପୋଲିସର ଟ୍ୱିଟର୍ ହ୍ୟାଣ୍ଡଲ୍ କୁ ଟ୍ୟାଗ୍ କରିବା ସହ ଏହି ଫଟୋକୁ ଖୁବ୍ ଭାଇରାଲ୍ ମଧ୍ୟ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଟ୍ୱିଟରରେ ଜଣେ ମହିଳାଙ୍କ ନମ୍ବର ମାଗୁଥିବା ବ୍ୟକ୍ତିଙ୍କୁ ପୁଣେ ପୋଲିସ୍ ର ମଜାଳିଆ ଚାପୁଡା ପଡିଥିଲା । ଜଣେ ମହିଳା ପୁଣେ ପୋଲିସ୍ କୁ ଟ୍ୟାଗ୍ କରିଥିଲେ ଯେଉଁଥିରେ ଲେଖା ହୋଇଥିଲା , ଧନୋରୀ ପୋଲିସ୍ ଷ୍ଟେସନ୍ ର ନମ୍ବର ଦିଅନ୍ତୁ ଏବଂ ଟିକେ ଜଲଦି ଦିଅନ୍ତୁ । ଏହାର ଉତ୍ତରରେ ପୁଣେ ପୋଲିସ୍ ନମ୍ବର ସେୟାର୍ କରିଥିଲେ । ଏହାର ରିପ୍ଲାଏ ଦେବାକୁ ଯାଇ ଅବିରଚିକଲୁ ନାମକ ଜଣେ ଟ୍ୱିଟର ୟୁଜର୍ ମହିଳାଙ୍କ ନମ୍ବର ପୋଲିସକୁ ମାଗିଥିଲେ । ଏହାର ଜବାବ୍ ପୋଲିସ୍ ଯେଭଳି ଦେଇଥିଲେ ତାହା ସମସ୍ତଙ୍କୁ ହସାଇଥିଲା । ରିପ୍ଲାଏ ଥିଲା , ସାର୍ ବର୍ତ୍ତମାନ ଆମେ ଆପଣଙ୍କ ନମ୍ବର ଜାଣିବାକୁ ଖୁବ୍ ଇଚ୍ଛୁକ ଏବଂ ଜାଣିବାକୁ ଚାହୁଁ ଯେ ଆପଣ କାହିଁକି ମହିଳାଙ୍କ ନମ୍ବର ଜାଣିବାକୁ ଏତେ ଇଚ୍ଛୁକ ଅଛନ୍ତି । ଜବାବ୍ ଦେବାକୁ ହେଲେ ଆମକୁ ଡାଇରେକ୍ଟ ମେସେଜ୍ କରନ୍ତୁ । ଆମେ ବ୍ୟକ୍ତିଗତ ତଥ୍ୟର ସମ୍ମାନ କରୁ ।