ଧୋକା ଖାଇଗଲେ ଯୁବତୀ । ‘ଡ୍ରିମ ବଏ’ ଭାବି କଥା ହେଉଥିଲେ, ଭିଡିଓ କଲ କରିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ

34

ଧୋକା ଖାଇଗଲେ ଯୁବତୀ । ମହାରାଷ୍ଟ୍ରର ପୁଣେରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସବୁ ଯୁବତୀଙ୍କୁ ଜଣେ ଅଜଣା ଯୁବକଙ୍କ ସହ କଥା ହେବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ କରିବ । ପୁଣେରେ ଜଣେ ଯୁବତୀ ଯାହାକୁ ନିଜ ଡ଼୍ରିମ୍ ବଏ ବୋଲି ଭାବି କଥା ହେଉଥିଲେ ଏବଂ ବିବାହ କରିବେ ବୋଲି ଭାବିଥିଲେ ସେ ପ୍ରକୃତରେ ଜଣେ ବିବାହିତ ପୁରୁଷ ବୋଲି ତାଙ୍କୁ ଜଣା ନ ଥିଲା। ଧିରେ ଧିରେ ଅଭିଯୁକ୍ତ ଜଣକ ତାଙ୍କୁ ମାନସିକ ନିର୍ୟାତନା ଦେବା ଆରମ୍ଭ କରିବାରୁ ସେ ପୁଲିସରେ ଅଭିଯୋଗ କରିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ପଡ଼ୋଶୀ ହୋଇଥିବାରୁ ପୀଡ଼ିତା ଭଲ ଗୀତ ଗାଆନ୍ତି ବୋଲି ସେ ଜାଣିଥିଲେ । ଏହା ପରେ ସେ ପୀଡ଼ିତାଙ୍କ ପାଖକୁ ଏକ ମେଲ୍ କରିଥିଲେ, ଯେଉଁଥିରେ ପୀଡ଼ିତାଙ୍କ ବିଷୟରେ ସବୁ ବିବରଣୀ ଏବଂ ତାଙ୍କ ଭଏସ୍ ସାମ୍ପଲ ମଗାଯାଇଥିଲା । ପୀଡ଼ିତା ବଡ଼ କମ୍ପାନିରୁ ଅଫର ଆସିଛି ବୋଲି ନିଜ ବିଷୟରେ ସବୁ ବିବରଣୀ ଦେଇଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ବିବରଣୀରୁ ତାଙ୍କ ଫୋନ ନମ୍ବର ନେଇ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ସହ ପୀଡ଼ିତା ଅଭିଯୁକ୍ତଙ୍କୁ ନିଜର ଡ଼୍ରିମ୍ ବଏ ବୋଲି ଭାବି ନେଇଥିଲେ । କିନ୍ତୁ ଭିଡ଼ିଓ କଲ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ସେ ଯାହାକୁ ଡ଼୍ରିମି ବଏ ବୋଲି ଭାବୁଥିଲେ ସେ ପ୍ରକୃତରେ ତାଙ୍କ ପଡ଼ୋଶୀ ବୋଲି ଜାଣି ପାରିଥିଲେ ପୀଡ଼ିତା । ସବୁ ସତ ଜାଣିବା ପରେ ପୀଡ଼ିତା କଥା ହେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ବ୍ଲାକ୍ମେଲ କରିବା ଆରମ୍ଭ କରିବା ସହ ଦୁଷ୍କର୍ମ କରିବାର ଧମକ ଦେଇଥିଲେ । କିଛି ଦିନ ଏସବୁ ସହିବା ପରେ ଶେଷରେ ପୁଲିସ ଆଗରେ ଅଭିଯୋଗ କରିଥିଲେ ପୀଡ଼ିତା, ଯାହା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।