୧୫ ବର୍ଷ ଭିତରେ ଓଡିଶା ହେବ ବିଶ୍ୱର ସବୁଜ ରାଜଧାନୀ । ଆସନ୍ତୁ ପରପିଢି ପାଇଁ ଗଢିଦେବା ପ୍ରଦୂଷଣମୁକ୍ତ ପୃଥିବୀ…

126

କନକ ବ୍ୟୁରୋ: ସେ ପ୍ରକୃତିର ତାଣ୍ଡବ ହେଉ କି, ପ୍ରାକୃତିକ ବିପର୍ଯ୍ୟୟ ଅବା ହେଉ ବିଶ୍ୱତାପନ, ପରିବେଶ ପ୍ରଦୃଷଣ । ପୃଥିବୀ ଛାତିରେ, ପୃଥିବୀ ଉପରେ ଯେଉଁ ଯେଉଁ ବିପଦ ସୃଷ୍ଟି ହେଉଛି କିମ୍ବା ମାନବୀୟକାଣ୍ଡ କାରଣରୁ ପୃଥିବୀ ଆଡକୁ ବିପଦ ମାଡି ଆସୁଛି ତାର ଗୋଟିଏ ସମାଧାନ ଗଛ ଲଗାଇବା । ବୃକ୍ଷ ରୋପଣ ହିଁ ପ୍ରକୃତିକୁ ପ୍ରଳୟ ପାଟିରୁ ବଞ୍ଚାଇପାରିବ । ପରିବେଶ ପାଇଁ ସମ୍ବାଦ ଡିଜିଟାଲ ପକ୍ଷରୁ ପୁନଶ୍ଚ ପୃଥିବୀ ଅଭିିଯାନ ଜାରି ରହିଥିବା ବେଳେ ପ୍ର୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ବି ପରିବେଶ- ପୃଥିବୀ ପାଇଁ ମହତ କାମ କରୁଛି । ପ୍ରେରଣା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲ ଏବଂ କଲେଜରେ ବୃକ୍ଷରୋପଣ କରି ସଚେତନତା ସୃଷ୍ଟି କରାଯାଉଛି ।

ବିଶ୍ୱରେ ଓଡିଶା ହେବ ସବୁଜ ରାଜଧାନୀ । ଆସନ୍ତୁ ବିଶ୍ୱକୁ ସବୁଜ, ସୁନ୍ଦର ଏବଂ ପ୍ରଦୂଷଣ ମୁକ୍ତ କରିବାକୁ ସଙ୍କଳ୍ପ ନେବା । ବୃକ୍ଷରୋପଣକୁ ନିଜର ଦୈନନ୍ଦୀନ କାର୍ଯ୍ୟକ୍ରମ ଭାବି କରିବା । ଏହି ନାରା ନେଇ ସମ୍ବାଦ ଭବନରେ ଲୋକାର୍ପିତ ହୋଇଛି ‘ସ୍ୱାଧୀନତା ସଂଗ୍ରାମୀ, ସହିଦ ସ୍ମାରକୀ ବୃକ୍ଷରୋପଣ ମହୋତ୍ସବ’ ଲୋଗୋ । ବିଶ୍ୱ ତାପାମାତ୍ରା ବୃଦ୍ଧିକୁ ରୋକିବା, ବାୟୁ ପ୍ରଦୂଷଣ କମାଇବା, ଜଳ ପ୍ରଦୂଷଣ ଓ ମୁର୍ତ୍ତିକା ପ୍ରଦୂଷଣ ନିୟନ୍ତ୍ରଣ ସହ ସବୁଜ ପୃଥିବୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ର୍ରେରଣା ଇଂଟରନ୍ୟାସନାଲ ଗ୍ରୀନ ଆର୍ମି କାର୍ଯ୍ୟକ୍ରମରେ ବେଳ ଥାଉ ଥାଉ ଲୋକେ ସଚେତନ ହୋଇ ବୃକ୍ଷରୋପଣ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଅତିଥିମାନେ ।

ମଣିଷ ନିଜେ ହିଁ ନିଜ ଗୋଡରେ କୁରାଢି ମାରୁଛି । ପ୍ରଗତି ନାଁରେ ପରିବେଶ ପ୍ରଦୂଷଣ କରୁଛି । ବିକାଶ ନାଁରେ ବିନାଶ ଆଡକୁ ମୁହାଁଉଛି ବିଶ୍ୱ । ଜଳ, ବାୟୁ, ମୃତିକା ପ୍ରଦୂଷଣ ହେଉଥିବା ବେଳେ ସବୁ ସହ୍ୟ କରୁଛି ପୃଥିବୀ ଆଉ ପ୍ରଳୟ ପୂର୍ବରୁ. ଧ୍ୱଂସ ପୂର୍ବରୁ ପ୍ରକୃତି ସତର୍କ କରାଉଛି । ତେଣୁ ସମୟ ଆସିଛି ସଜାଗ ହେବା । ପୁନଶ୍ଚ ପୃଥିବୀ ମାଧ୍ୟମରେ ବିନାଶ ପୂର୍ବରୁ ହାତ ମିଳାଇବା । ଆଉ ଆମ ପୂର୍ବ ପୁରୁଷମାନେ ଆମ ପାଇଁ ଯେମିତି ଏକ ପୃଥିବୀ ଛାଡି ଦେଇ ଯାଇଥିଲେ ଆମେ ବି ଆମ ପରପିଢି ପାଇଁ ସେମିତି ଏକ ସୁନ୍ଦର, ସବୁଜ, ପ୍ରଦୂଷଣମୁକ୍ତ ପୃଥିବୀ ତିଆରି କରିଯିବା ..