ପୁଲୱାମାରେ ଭୋଟିଙ୍ଗ୍ ସମୟରେ ହେଲା ଦ୍ୱିତୀୟ ବ୍ଲାଷ୍ଟ ! ପୋଲିଙ୍ଗ୍ ବୁଥ୍ ପାଖରେ ପଡିଲା ଗ୍ରେନେଡ୍ । 

ପୁଲୱାମାରେ ଭୋଟିଙ୍ଗ୍ ସମୟରେ ହେଲା ଦ୍ୱିତୀୟ ବ୍ଲାଷ୍ଟ ! ପୋଲିଙ୍ଗ୍ ବୁଥ୍ ପାଖରେ ପଡିଲା ଗ୍ରେନେଡ୍ । 

Times of India

ଲୋକସଭା ନିର୍ବାଚନ ପୂର୍ବରୁ ସବୁଠାରୁ ବଡ ମୁଦ୍ଦା ହୋଇ ଠିଆ ହୋଇଥିବା ପୁଲୱାମା ଆକ୍ରମଣ ଉପରେ ରାଜନୀତି ହେବା ଆରମ୍ଭ ହୋଇସାରିଛି । ଖାସ୍ କଥା ହେଉଛି କି ଆଜି ପଞ୍ଚମ ଚରଣର ମତଦାନା ପ୍ରକ୍ରିୟା ରେ ପୁଲୱାମାରେ ମଧ୍ୟ ମତଦାନ ଚାଲୁ ରହିଛି । ଏଠାରେ ରୋହମୁ ପୋଲିଙ୍ଗ୍ ବୁଥରେ ଗ୍ରେନେଡ୍ ଫୋପଡା ଯାଇଛି । ଏହି ବ୍ଲାଷ୍ଟ୍ ର ୧.୩୦ ସମୟରେ ଆଉ ଏକ ବ୍ଲାଷ୍ଟ୍ ହୋଇଛି । ତେବେ ଏହି ବ୍ଲାଷ୍ଟରେ କେହି ଆଘାତ ପାଇଥିବା କଥା ଆଖି ଆଗକୁ ଆସିନାହିଁ ।

publive-image

ଆଜି ଦେଶର ୫୧ ଟି ସିଟରେ ମତଦାନ ହେଉଛି । ଯେଉଁଥିରେ ଜମ୍ମୁ-କାଶ୍ମୀରର ଲଦାଖ୍ ଏବଂ ଅନନ୍ତନାଗ୍ ସିଟ୍ ମଧ୍ୟ ସାମିଲ୍ ହୋଇରହିଛି । ଅନନ୍ତନାଗ୍ ରେ ହେଉଥିବା ପୁଲୱାମାରେ ସୋମବାର ସକାଳୁ ଭୋଟରଙ୍କ ଭିଡ ପୋଲିଙ୍ଗ୍ ବୁଥ୍ ଆଗରେ ଦେଖିବାକୁ ମିଳିଥିଲା । ତେବେ ପୁଲୱାମା ଆକ୍ରମଣକୁ ୨ ମାସରୁ ମଧ୍ୟ ଅଧିକ ସମୟ ହୋଇଗଲାଣି କିନ୍ତୁ ଆତଙ୍କବାଦ ଉପରେ ଶକ୍ତ ଚାପୁଡା ମାରି ଏଠାକାର ଜନସାଧାରଣ ଲୋକତନ୍ତ୍ରର ମହୋତ୍ସବରେ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe