ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ପରିବାରଙ୍କ ସାହାଯ୍ୟ ପାଇଁ ଚାରିଆଡୁ ସାହାଯ୍ୟର ହାତ ବଢିଛି । ବଲିଉଡ୍ କଳାକାରଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସହିଦ୍ ପରିବାରଙ୍କ ପ୍ରତି ସାହାଯ୍ୟର ହାତ ବଢିଛି । ଉଦ୍ୟୋଗପତି ମୁକେଶ୍ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ସଂସ୍ଥା ମଧ୍ୟ ଏହି ସାହାଯ୍ୟରେ ଜଡିତ ହୋଇଛି । ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଫାଉଣ୍ଡେସନ୍ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ସନ୍ତାନଙ୍କ ଶିକ୍ଷା ଏବଂ ଜୀବିକାର ସଂପୂର୍ଣ୍ଣ ଖର୍ଚ୍ଚ ଉଠାଇବା ପାଇଁ ଶନିବାର କହିଛି ।
ରିଲାଏନ୍ସ ଫାଉଣ୍ଡେସନ୍ ତରଫରୁ ବୟାନ ଜାରୀ କରି କୁହାଯାଇଥିଲା , “ସହିଦଙ୍କ ପ୍ରତି କୃତଜ୍ଞତା ଜାହିର କରି ରିଲାଏନ୍ସ ଫାଉଣ୍ଡେସନ୍ ତାଙ୍କ ସନ୍ତାନଙ୍କ ଶିକ୍ଷା,ରୋଜଗାର ଏବଂ ତାଙ୍କ ପରିବାରର ଜୀବିକା ଉଠାଇବା ପାଇଁ ପ୍ରସ୍ତୁତ ଅଛି ।” ଫାଉଣ୍ଡେସନ୍ କହିବା ଅନୁସାରେ ହସ୍ପିଟାଲରେ ଚିକିତ୍ସା ହେଉଥିବା ଯବାନଙ୍କ ଖର୍ଚ୍ଚ ଉଠାଇବା ପାଇଁ ମଧ୍ୟ ଫାଉଣ୍ଡେସନ୍ ପ୍ରସ୍ତୁତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/pulwana-terrorist-attack_2019021613542659_650x.jpg)
/kanak/media/post_attachments/wp-content/uploads/2019/02/Collag_770x433_FOR__IT-300x169.jpeg)
/kanak/media/post_attachments/wp-content/uploads/2019/02/mk5_149499_730x419-300x172.jpg)