ପୁଲୱାମା ପ୍ରସଙ୍ଗରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆକ୍ରମଣ ପଛରେ ରହିଛି ସ୍ଥାନୀୟ ଆତଙ୍କୀଙ୍କ ହାତ, କାଶ୍ମୀରରେ ବି ସକ୍ରିୟ ଜୈସ ସଂଗଠନ ।

345

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ନେଇ ଭାରତ ମୁଣ୍ଡରେ ଅଠା ବୋଳିବା ଅପଚେଷ୍ଟା କରୁଛି ପାକିସ୍ତାନ । କାଶ୍ମୀରର ଜଣେ ଯୁବକ ପୁଲୱାମା ଆକ୍ରମଣ କରିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କେବଳ ଏତିକି ନୁହେଁ ପାକିସ୍ତାନରେ ଏବେବି ସକ୍ରୀୟ ଅଛନ୍ତି ଆତଙ୍କବାଦୀ । ଜୈସ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀ କେବଳ ପାକିସ୍ତାନରେ ନୁହେଁ ବରଂ କାଶ୍ମୀରରେ ମଧ୍ୟ ରହିଛନ୍ତି ବୋଲି ଇମ୍ରାନ କହିଛନ୍ତି ।

ପୁଲୱାମା ଆକ୍ରମଣକୁ ନେଇ ଇମ୍ରାନଙ୍କ ବିବାଦୀୟ ବୟାନ । କହିଲେ, ଆକ୍ରମଣ ପଛରେ ରହିଛି ସ୍ଥାନୀୟ ଆତଙ୍କୀଙ୍କ ହାତ । ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ରହିଥିବା ସ୍ୱୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଏହାସହ ପୁଲୱାମା ଆକ୍ରମଣ ନେଇ ବିବାଦୀୟ ବୟାନ ଦେଇଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି ଏହି ଆକ୍ରମଣ ପଛରେ ସ୍ଥାନୀୟ ଆତଙ୍କବାଦୀଙ୍କ ହାତ ରହିଛି । ଜୈସ-ଏ-ମହମ୍ମଦ ସଂଗଠନର ଆତଙ୍କାବାଦୀ କେବଳ ପାକିସ୍ତାନରେ ନୁହେଁ ବରଂ କାଶ୍ମୀରରେ ମଧ୍ୟ ରହିଛନ୍ତି । ଆମେରିକାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏପରି ବୟାନ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ଅର୍ନ୍ତଜାତୀୟ ମଂଚରେ ପାକିସ୍ତାନ ନିଜ ଦେଶରେ ଜୈସ ସଂଗଠନର ଉପସ୍ଥିତି ନଥିବା କହିଥିଲା । ଚଳିତ ବର୍ଷ ଫେବୃଆରୀ ୧୪ରେ ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ୍ ହୋଇଥିଲେ । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈସ-ଏ- ମହମ୍ମଦ ନିଜକୁ ଦାୟୀ କରିଥିଲା । ପୁଲୱାମା ଆକ୍ରମଣ ପଛରେ ଜୈସ ଏ ମହମ୍ମଦର ସମ୍ପୃକ୍ତି ଦର୍ଶାଇ ଭାରତ ପାକିସ୍ତାନକୁ ପ୍ରମାଣ ମଧ୍ୟ ଦେଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଥିଲା ପାକିସ୍ତାନ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବାଲାକୋଟରେ ଥିବା ଜୈସ ସଂଗଠନର ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା । ଆଉ ଏଥିରେ ଆତଙ୍କୀ ସଂଗଠନର ଆଡ୍ଡା ଧ୍ୱଂସ କରିଥିବା ଦାବି କରିଥିଲା ଭାରତ ।