ପୁଲୱାମା ଆକ୍ରମଣର ପ୍ରତିଶୋଧ…ଆତଙ୍କୀଙ୍କୁ ନିପାତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ଭାରତୀୟ ଯବାନ…ଲୁଚି ରହିଥିବା କୋଠାକୁ ଦେଇଥିଲା ବିସ୍ଫୋରଣରେ ଉଡାଇ

62

କନକ ବ୍ୟୁରୋ: ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ଶେଷରେ ମରିଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀ । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଥିଲେ ଭାରତୀୟ ସେନା । ତେବେ ଏହି ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇନଥିଲା । ଏହି ଦୁଇଜଣ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାରେ ଜଡିତ ଦୁଇ ଆତଙ୍କବାଦୀ କାମରାନ ଓ ଗାଜି ରସିଦ୍ ବୋଲି ଅନୁମାନ କରାଯାଇଥିଲା ।

ସୂଚନାଯୋଗ୍ୟ ଫେବ୍ରୁଆରୀ ୧୮ ତାରିଖରେ ପୁଲୱାମାରେ ପୁଣି ୫ଯବାନ ସହିଦ୍ ହୋଇଥିଲେ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଥିଲେ । ଏହା ସହିତ ୨ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟରେ ମୃତ୍ୟୁବରଣ ହୋଇଥିଲା । ପିଙ୍ଗଲିନା ଅଂଚଳରେ ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଇ-ମହମ୍ମଦ କମାଣ୍ଡର ଆତଙ୍କବାଦୀ ଗାଜି ରସିଦ ଲୁଚିରହିଥିବା ସୂଚନା ମିଳିବା ପରେ ସଂପୃକ୍ତ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ହୋଇଥିଲା । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ସହିଦ୍ ହୋଇଥିଲେ । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦୁଇ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ସହିଦ୍ ହୋଇଥିଲେ ଜଣେ ମେଜର ।

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ସେନା

ଶେଷରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା । ସେମାନଙ୍କ ଭିତରୁ ଜଣେ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ବୋଲି ଜଣାପଡିଥିଲା । ଅନ୍ୟଜଣଙ୍କ ପରିଚୟ ମିଳିପାରି ନଥିଲା। ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଥିଲା ସେନା ।

ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଜହାରସହଯୋଗୀ ହେଉଛି ଗାଜି ରସିଦ । ସେ କାଶ୍ମୀର ଘାଟିରେ ଜୈଶର ଟପ କମାଣ୍ଡର ଓ ଆଇଟି ଏକ୍ସପର୍ଟ । ଦୁଇଜଣ ସହଯୋଗୀଙ୍କ ସହ ଡିସେମ୍ବରରେ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ଗାଜି ରସିଦ । ଅନୁପ୍ରବେଶ ପରେ ସେ ଦକ୍ଷିଣ କାଶ୍ମୀରରେ ଲୁଚିଥିଲା । ୨୦୦୮ରେ ଗାଜି ଜୈଶ-ଏ-ମହମ୍ମଦ ସଙ୍ଗଠନରେ ସାମିଲ ହୋଇଥିଲା । ପାକ୍ ଅଧିକୃତ କାଶ୍ମୀରରେ ସେ ତାଲିମ ବି ଦେଉଥିଲା ।