ଆଜି ସନ୍ଧ୍ୟାରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ । ସାମିଲ ହେବେ ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ପରିବାର ।

289

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ । ତେବେ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।

ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସହିଦ୍ ହୋଇଥିବା ଯବାନଙ୍କ ପରିବାର ଲୋକ ଆଜି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଏହି ସମାରୋହରେ ମୋଟ ୬,୫୦୦ ଲୋକ ସାମିଲ ହେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ସହିଦଙ୍କ ପରିବାର ମଧ୍ୟ ଉପସ୍ଥିତ ରହିବେ । ଏ ନେଇ ସେମାନଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇ ସାରିଛି ।

ଆଜି ସଂନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଅନେକ ବଡ଼ ବଡ଼ ନେତା ଯୋଗ ଦେବାକୁ ଥିବା ବେଳେ ଶାହି ଭୋଜନର ମଧ୍ୟ ବ୍ୟବସ୍ତା କରାଯାଇଛି । ଆଜି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସାରା ଦେଶ ଏହି ସମାରୋହ ଉପରେ ନଜର ରଖିଥିବା ବେଳେ ବଡ଼ ବଡ଼ ନେତା ମୋଦୀଙ୍କୁ ଏ ନେଇ ଶୁଭେଚ୍ଛାର ସୁଅ ଛୁଟାଇବା ଆରମ୍ଭ କରିଛନ୍ତି ।