ପୁଲୱାମା ଆକ୍ରମଣ : ମିଡିଆକୁ ବାରଣ କଲେ ମୋଦି ! କହିଲେ , ଏଭଳି କୌଣସି କଭରେଜ୍ ଦେଖାନ୍ତୁ ନାହିଁ ଯାହାଦ୍ୱାରା ହିଂସା ବଢିଯିବ ।

ପୁଲୱାମା ଆକ୍ରମଣ : ମିଡିଆକୁ ବାରଣ କଲେ ମୋଦି ! କହିଲେ , ଏଭଳି କୌଣସି କଭରେଜ୍ ଦେଖାନ୍ତୁ ନାହିଁ ଯାହାଦ୍ୱାରା ହିଂସା ବଢିଯିବ ।

ପୁଲୱାମା ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଜେସ୍ –ଏ-ମହମ୍ମଦ ଦ୍ୱାରା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ର ବସରେ କରାଯାଇଥିବା ଆକ୍ରମଣରେ ୩୭ ଯବାନ ସହିଦ୍ ହୋଇଗଲେ । ଯବାନଙ୍କ କ୍ଷତବିକ୍ଷତ ଶବ ରାସ୍ତା କଡରେ ପଡିଲା । କିନ୍ତୁ ବିଭିନ୍ନ ଟିଭି ଚ୍ୟାନେଲରେ ଏହି ଆକ୍ରମଣକୁ ନେଇ ବିଭିନ୍ନ ଆକ୍ରମକ ଉପାୟରେ କଭରେଜ୍ କରାଯାଉଛି । ଏବେ ଏହି କଭରେଜକୁ ନେଇ ମୋଦି ସରକାର ବ୍ୟକ୍ତିଗତ ଭାବେ ଟିଭି ଚ୍ୟାନେଲକୁ ଏଭଳି ନ କରିବା ପାଇଁ କହିଛନ୍ତି ।

publive-image

ସରକାରଙ୍କ ତରଫରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଆତଙ୍କବାଦୀ ଆକ୍ରମଣର ପୃଷ୍ଟଭୂମିରେ ସବୁ ଟିଭି ଚ୍ୟାନେଲରେ ଏଭଳି କଭରେଜ୍ ଦେଖାଇବା ପାଇଁ ବାରଣ କରାଯାଇଛି । ଯେଉଁଥିରେ ହିଂସା ଅଧିକ ବଢିବା ଏବଂ ଦେଶ ବିରୋଧି କଥାକୁ ଅଧିକ ବଢାଉଥିବା କଭରେଜ୍ ଦେଖାଉଥିବ । ମନ୍ତ୍ରାଳୟ ତରଫରୁ ଜାରୀ ପରାମର୍ଶରେ କୁହାଯାଇଛି ଯେ ନିକଟରେ ଘଟି ଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ଦେଖି ସବୁ ଟିଭି ଚ୍ୟାନେଲକୁ ସୂଚାଇ ଦିଆଯାଉଛି ଯେ ସେମାନେ ଏଭଳି କିଛି ବି କଭରେଜ୍ ଦେଖାନ୍ତୁ ନାହିଁ ଯାହା ହିଂସାକୁ ଆହୁରି ବଢାଇବ ଅଥବା ଯାହା ଆଇନ୍ ବ୍ୟବସ୍ଥାକୁ ସ୍ଥାୟୀ ରଖିବା ବିପକ୍ଷରେ ହେବ କିମ୍ବା ଦେଶବିରୋଧି ତଥା ଅଖଣ୍ଡତାକୁ ପ୍ରଭାବିତ କରୁଥିବ । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ସବୁ ପ୍ରାଇଭେଟ୍ ଚ୍ୟାନେଲକୁ ଏହି ନିୟମକୁ ଦୃଢତାର ସହ ପାଳନ କରିବାକୁ ଅନୁରୋଧ ।

publive-image

ସିଆରପିଏଫ୍ ଜାରୀ କରିବ ଯବାନଙ୍କ ସୂଚୀ : କିଛି ସମୟ ଭିତରେ ସିଆରପିଏଫ୍ ଜାରୀ କରିବ ସହିଦ୍ ଯବାନଙ୍କ ସୂଚୀ । ସହିଦ୍ ଯବାନଙ୍କ ନାଁର ସୂଚୀ ଜାରୀ କରିବାରେ ବିଳମ୍ବର କାରଣ ଅନେକ କ୍ଷତବିକ୍ଷତ ଶବ ଯାହାଦ୍ୱାରା ଚିହ୍ନଟ କରିବାରେ ମଧ୍ୟ ବିଳମ୍ବ ହେଉଛି । ସିସିଏସ୍ ର ବୈଠକରେ ଗୃହମନ୍ତ୍ରୀଙ୍କ ସହ ସିଆରପିଏଫ୍ ଡିଜି ଘଟଣାର ବିବରଣୀ କହିବା ସହ ୧୨ ଟା ସମୟରେ ଦୁହେଁ ଶ୍ରୀନଗର ଗସ୍ତ କରିବେ । ସେଠାରେ ସିଆରପିଏଫ୍ ର ସମସ୍ତ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ଏକ ବିଶେଷ ବିମାନରେ ଗାଜିୟାବାଦ୍ ହିଣ୍ଡନ୍ ଏୟାରବସ୍ କୁ ନିଆଯିବ । ଏଠାରୁ ସହିଦଙ୍କ ଶବ ତାଙ୍କ ଅଚଂଳକୁ ଯିବ । ଉତ୍ତରପ୍ରଦେଶରୁ ୧୦ ରୁ ୧୨ ଜଣ ଯବାନ ଏବଂ ପଞ୍ଜାବରୁ ୪ ରୁ ୫ ଜଣ ଯବାନ ଥିବାବେଳେ ଅନ୍ୟ ରାଜ୍ୟରୁ ଜଣେ ଦୁଇଜଣ ଯବାନ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe