ପୁଲୱାମା ଆତଙ୍କି ଆକ୍ରମଣରେ ସ୍ୱାମୀ ସହିଦ ହେବା ପରେ ସେନା ପୋଷାକ ପିନ୍ଧିଲେ ସ୍ତ୍ରୀ : ଆଜି ଔପଚାରିକ ଭାବେ ସେନାରେ ଯୋଗଦେଲେ ନିକିତା କୌଲ

500

କନକ ବ୍ୟୁରୋ : ସେନାରେ ଯୋଗଦେଲେ ନିକିତା କୌଲ । ପୁଲୱାମା ଆକ୍ରମଣରେ ସହିଦ- ମେଜର ବିଭୁତି ଶଙ୍କର ଧୌନ୍ଦିୟାଲଙ୍କ ପତ୍ନୀ ନିକିତା କୌଲ ଆଜି ବିଧିବଦ୍ଧ ଭାବେ ସେନାରେ ଯୋଗ ଦେଇଛନ୍ତି । ମେ’ ୨୬ ତାରିଖରେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତୀର୍ଣ୍ଣ ହେବାପରେ ଆଜି ତାଙ୍କୁ ଔପଚାରିକ ଭାବେ ସେନାରେ ସାମିଲ କରିଛନ୍ତି ଭାରତୀୟ ସେନା ନର୍ଦ୍ଦନ କମାଣ୍ଡର ଲେଫଟେନାଂଟ ଜେନେରାଲ ୱାକେ ଯୋଶୀ ।

ବଡକଥା ହେଉଛି ଆତଙ୍କବାଦୀ ଆକ୍ରମଣରେ ସ୍ୱାମୀ ସହିଦ ହେବାର ମାତ୍ର ୬ ମାସ ପରେ ସେନାରେ ଯୋଗଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ସ୍ତ୍ରୀ । ୨୮ ବର୍ଷୀୟ ନିକିତା ସର୍ଟ ସର୍ଭିସ କମିଶନ ପରୀକ୍ଷାରେ ଉତିର୍ଣ୍ଣ ହେବା ସହ ଗତବର୍ଷ ସାକ୍ଷାତକାର ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ମେଜର ବିଭୁତି ଶଙ୍କର ଧୌନ୍ଦିୟାଲ । ତାଙ୍କୁ ମରଣୋତର ସୌର୍ଯ୍ୟଚକ୍ର ପ୍ରଦାନ କରାଯାଇଥିଲା । ମେଜର ବିଭୁତି ଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ସମୟରେ ତାଙ୍କ କଫିନ ନିକଟରେ ବସିଥିବା ପତ୍ନୀ ନିକିତାଙ୍କୁ ପ୍ରଥମେ ଦେଖଥିଲା ପୁରା ଦେଶ ।