ମୋଦିଙ୍କୁ ଟାର୍ଗେଟ୍ କରିବା ସମୟରେ ଖସିଲା ଫାଋଖ୍ ଅବଦୁଲ୍ଲାଙ୍କ ପାଟି ! କହିଲେ, ପୁଲୱାମା ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହେବାର ରହିଛି ସନ୍ଦେହ ।

338

ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ଅଧ୍ୟକ୍ଷ ଫାଋଖ୍ ଅବଦୁଲାଙ୍କ ବିବାଦୀୟ ବୟାନ ଏବେ ସାମ୍ନାକୁ ଆସିଛି । ଫାଋଖ୍ ଅବଦୁଲା କହିଛନ୍ତି ଯେ ସନ୍ଦେହ ଅଛି ଯେ ସିଆରପିଏଫର ୪୦ ଜଣ ଲୋକ ସହିଦ୍ ହୋଇଯାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଏହି ନିର୍ବାଚନ ଭାରତକୁ ବଂଚାଇବା ପାଇଁ ଲଢେଇ ସଙ୍ଗେ ସମାନ । କେବଳ ଏତିକି ନୁହଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେବା କଥା ମଧ୍ୟ ସେ କହିଛନ୍ତିି । ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଆକ୍ରମଣକୁ ଅଣଦେଖା କରି ସେ କହିଥିଲେ ସଂସଦର ଅନ୍ତିିମ ଦିନରେ ସଦସ୍ୟ କହିଥିଲେ ମୋଦି ସରକାର ସବୁ ମୋର୍ଚ୍ଚାରେ ବିଫଳ ରହିଛନ୍ତି ଏବଂ ଏବେ ତାଙ୍କ ପାଖରେ ଦେଖାଇବା ପାଇଁ ଆଉ କିଛି ନାହିଁ । ସେଥିପାଇଁ ସେ ଅସଲ ବିଷୟରୁ ଲୋକଙ୍କ ଧ୍ୟାନ ଭଟକାଇବା ପାଇଁ ଯୁଦ୍ଧ ଭଳି ସ୍ଥିତି ଉପଜାଇଲେ ।

ଅବଦୁଲା କହିଥିଲେ , ମୋଦି କ’ଣ କରିଛନ୍ତି? ଛତିଶଗଡରେ ଭାରତୀୟ ଯବାନ ସହିଦ୍ ହେଲେ କ’ଣ ସେଠାକୁ ମୋଦି ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲେ? କ’ଣ ସେ ସହିଦଙ୍କ ପରିବାରକୁ କେବେ ସାନ୍ତ୍ୱନା ଦେଇଛନ୍ତି? ପୁଲୱାମାରେ ୪୦ ଜଣ ଯବାନ ସହିଦ୍ ହୋଇଗଲେ । କିନ୍ତୁ ମୋତେ ଏହାକୁ ନେଇ ସନ୍ଦେହ ହେଉଛି । କେବଳ ଦେଖାଇହେବା ପାଇଁ ମୋଦି ୩୦୦ ଆତଙ୍କବାଦୀଙ୍କୁ ମାରିଥିବା କଥା କହିଥିଲେ । କିଛି କହିଥିଲେ ୫୦୦ ମରିଗଲେ ଆଉ କିଛି ୧୦୦୦ ମଧ୍ୟ କହିଦେଲେ । କେବଳ ଦେଖାଇହେବା ପାଇଁ ସବୁ ଏଭଳି କରାଯାଇଥିଲା ବୋଲି ଅବଦୁଲା କହିଥିଲେ ।