ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଲଣ୍ଡା ହେଲେ ମୁସଲିମ୍ ନେତା ! ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଲଣ୍ଡା ହେଲେ ଦୁଇ ମୁସଲିମ୍ ନେତା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଲଣ୍ଡା ହେଲେ ମୁସଲିମ୍ ନେତା ! ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଲଣ୍ଡା ହେଲେ ଦୁଇ ମୁସଲିମ୍ ନେତା

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ଶୋକରେ ଥିବା ବେଳେ ବିହାରର ଆରରିଆ ଜିଲ୍ଲାର ସୁଲତାନ ପୋଖର୍ ମନ୍ଦିରରେ ଶୁକ୍ରବାର ଦୁଇ ମୁସଲିମ୍ କଂଗ୍ରେସ ନେତା ଘଟଣାର ୯ ଦିନ ପରେ ଲଣ୍ଡା ହୋଇ ସହିଦ୍ ଯବାନଙ୍କୁ ଜଳ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଲଣ୍ଡା ହୋଇଥିବା ମୁସଲିମ୍ ନେତାଙ୍କ ମଧ୍ୟରେ ପ୍ରଦେଶ ମହାସଚିବ ଇରସାଦ୍ ସିଦ୍ଦିକୀ ଏବଂ ଜାହିଦ୍ ସିଦ୍ଦିକୀ ଅଛନ୍ତି ।

publive-image

ଜିଲ୍ଲା ଅଧ୍ୟକ୍ଷ କରଣ୍ କୁମାର ପପ୍ପୁ କହିଛନ୍ତି ଯେ ଯେଉଁ ଯବାନମାନେ ସହିଦ୍ ହୋଇଗଲେ ସେମାନେ ବି କାହା ପୁଅ ଏବଂ ଭାଇ ହୋଇଥିବେ । ସେମାନେ ଆମର ମଧ୍ୟ ଭାଇ ଏବଂ ଭାଇକୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ ଲଣ୍ଡା ହେବା ପରମ୍ପରା ରହିଛି ଯାହାକୁ ଆମେ ପାଳନ କରିଛୁ । ତେବେ ମୁସଲିମ୍ ନେତାଙ୍କ ହିନ୍ଦୁ ନୀତିକୁ ଆପଣାଇ ସହିଦଙ୍କୁ ଏଭଳି ଭାବେ ଶ୍ରଦ୍ଧାଞ୍ଜଳୀ ଦେବାକୁ ସବୁରି ମହଲରେ ପ୍ର୍ରଶଂସା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe