ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ଶୋକରେ ଥିବା ବେଳେ ବିହାରର ଆରରିଆ ଜିଲ୍ଲାର ସୁଲତାନ ପୋଖର୍ ମନ୍ଦିରରେ ଶୁକ୍ରବାର ଦୁଇ ମୁସଲିମ୍ କଂଗ୍ରେସ ନେତା ଘଟଣାର ୯ ଦିନ ପରେ ଲଣ୍ଡା ହୋଇ ସହିଦ୍ ଯବାନଙ୍କୁ ଜଳ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଲଣ୍ଡା ହୋଇଥିବା ମୁସଲିମ୍ ନେତାଙ୍କ ମଧ୍ୟରେ ପ୍ରଦେଶ ମହାସଚିବ ଇରସାଦ୍ ସିଦ୍ଦିକୀ ଏବଂ ଜାହିଦ୍ ସିଦ୍ଦିକୀ ଅଛନ୍ତି ।
ଜିଲ୍ଲା ଅଧ୍ୟକ୍ଷ କରଣ୍ କୁମାର ପପ୍ପୁ କହିଛନ୍ତି ଯେ ଯେଉଁ ଯବାନମାନେ ସହିଦ୍ ହୋଇଗଲେ ସେମାନେ ବି କାହା ପୁଅ ଏବଂ ଭାଇ ହୋଇଥିବେ । ସେମାନେ ଆମର ମଧ୍ୟ ଭାଇ ଏବଂ ଭାଇକୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ ଲଣ୍ଡା ହେବା ପରମ୍ପରା ରହିଛି ଯାହାକୁ ଆମେ ପାଳନ କରିଛୁ । ତେବେ ମୁସଲିମ୍ ନେତାଙ୍କ ହିନ୍ଦୁ ନୀତିକୁ ଆପଣାଇ ସହିଦଙ୍କୁ ଏଭଳି ଭାବେ ଶ୍ରଦ୍ଧାଞ୍ଜଳୀ ଦେବାକୁ ସବୁରି ମହଲରେ ପ୍ର୍ରଶଂସା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/DHARMA.jpg)
/kanak/media/post_attachments/wp-content/uploads/2019/02/Pulwama-300x169.jpeg)