ହଜାର ହଜାର ଟଙ୍କା ଦେଇ କିଣିଲେ ମୁଗ । ହେଲେ ବସ୍ତାରୁ ବାହାରୁଛି ଟେକା, ପଥର

223

କନକ ବ୍ୟୁରୋ : ନାଫେଡ଼ ଠାରୁ ମୁଗ କିଣି ହଟହଟା ଡାଲି ମିଲର ମାଲିକ । ବସ୍ତାରେ ମୁଗ ଠାରୁ ଅଧିକ ପରିମାଣର ରହିଛି ବାଲିଗୋଡି । ନାଫେଡ଼ ଠାରୁ ମୁଗ କିଣିବା ପରେ ଠକେଇର ଶିକାର ହୋଇଛନ୍ତି ଜଣେ ଗ୍ରାହକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ନିକଟରେ ଥିବା ଲକ୍ଷ୍ମୀନାରାୟଣ ଡାଲି ମିଲିର ମାଲିକ ଆର୍ତ୍ତତ୍ରାଣ ଦାଶ ଏଭଳି ଠକେଇର ଶିକାର ହୋଇଛନ୍ତି ।

ନାଫେଡ ଠାରୁ ମୁଗ କିଣି ହତାସ ଡାଲି ମିଲ୍ ମାଲିକ । ଓଜନରେ ଠକେଇ ପାଇଁ ମୁଗ ବସ୍ତାରେ ଭର୍ତି କରାଯାଇଛି ଚିପ୍ସ । ଏହାସହ ଆଉ କିଛି ବସ୍ତାରୁ ବାହାରିଛି ଜରି ପାଲରେ ବନ୍ଧା ହୋଇ ରଖାଯାଇଛି ନିମ୍ନମାର ପଦାର୍ଥ । ଗୋଟିଏ ଦୁଇଟି ନୁହେଁ ଶହେ ବସ୍ତାରୁ ଏଭଳି ଜିନିଷ ବାହାରିବା ପରେ ହତାସ ହୋଇଛନ୍ତି ନିମାପଡା ସ୍ଥିତ ଲକ୍ଷ୍ମୀନାରାୟଣ ଡାଲି ମିଲିର ମାଲିକ ଆର୍ତ୍ତତ୍ରାଣ ଦାଶ । ଏନେଇ ଭୁବେନେଶ୍ୱର ସ୍ଥିତ ‘ନାଫେଡ’ କାର୍ଯ୍ୟାଳୟରେ ଜଣାଇ ନିରାଶ ହୋଇଥିବା କହିଛନ୍ତି ଡାଲି ମିଲ ମାଲିକ ।

ଅକ୍ଟୋବର ୨୭ରେ ‘ନାଫେଡ଼’ ଠାରୁ ମୁଗ କିଣିଥିଲେ ଆର୍ତ୍ତତ୍ରାଣ । କ୍ୱିଣ୍ଟାଲ ପିଛା ୬,୫୨୯ ଟଙ୍କା ହିସାବରେ ୫୦୦ କ୍ୱିଂଟାଲ ମୁଗ କିଣିଥିଲେ । ‘ନାଫେଡ’ ଦ୍ୱାରା ପରିଚାଳିତ କଟକ ସ୍ଥିତ ଜଗତପୁର ୱୟାର ହାଉସରୁ ଏହି ମୁଗ ସଂଗ୍ରହ କରାଯାଇଥିଲା । ହେଲେ ପରିବର୍ତୀ ସମୟରେ ‘ନାଫେଡ଼’ ଦେଇଥିବା “ନାଫେଡ଼ କୋଟାପୁରୀ” ମାର୍କା ବସ୍ତା ମଧ୍ୟରୁ ମୁଗ ବଦଳରେ ବାହାରିଛି ଅତି ନିମ୍ମମାନର ପଦାର୍ଥ ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ‘ନାଫେଡ଼’ ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ଉଚ୍ଚମାନର ମୁଗ କିଣୁଛି । ହେଲେ ମିଲରଙ୍କୁ ଦେବା ବେଳେ ଏଭଳି ନିମ୍ନମାନର ପଦାର୍ଥ ‘ନାଫେଡ଼’ ପାଇଲା କେଉଁଠୁ? ଏହି ଠକେଇ ପଛରେ ଏକ ର୍ୟାକେଟ କାମ କରୁଛି କି? ଏହାର ତଦନ୍ତ କରାଗଲେ ‘ନାଫେଡ଼’ର ଗୁମର ପଦାକୁ ଆସିବ?