କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଅଷ୍ଟ୍ରେଲିଆ ଟେଷ୍ଟରେ ଖରାପ ପଦର୍ଶନ କରିଥିବା ଚେତେଶ୍ୱର ପୁଜାରାଙ୍କୁ ଦଳରୁ ବାଦ ଦିଆଯାଇଛି । ନୂଆ ଖେଳାଳୀ ଭାବେ ଫର୍ମରେ ଥିବା ଦୁଇ ଯୁବ ତାରକା ଯଶଶ୍ୱୀ ଜୟସ୍ୱାଲ ଏବଂ ରୁତୁରାଜ ଗାଏକ୍ୱାଡଙ୍କୁ ଦଳରେ ସାମିଲ କରାଯାଇଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୂଜାରା ଉଭୟ ପାଳିରେ ୧୪ ଓ ୨୭ ରନ କରିଥିଲେ । ଏହାସହ ଦୃତ ବୋଲର ମୁକେଶ କୁମାରଙ୍କୁ ଟିମରେ ସାମିଲ କରାଯାଇଛି । ସେହିପରି ଦିନିକିଆ ଦଳରେ ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି । ଏଥିସହ ଅନ୍ୟତମ ୱିକେଟ କିପର ବ୍ୟାଟର ଇଶାନ କିଶାନଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି । ରୁତୁରାଜଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି । ଶେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଦଳରେ ତାଙ୍କର ସ୍ଥାନ ବଜାୟୀ ରଖିଛନ୍ତି ।
ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ଦୁଇଟି ଟେଷ୍ଟ୍ ଡୋମିନିକା ଜୁଲାଇ ୧୨-୧୬ ଏବଂ ପୋର୍ଟ ଅଫ୍ ସ୍ପେନ୍ ଜୁଲାଇ ୨୦-୨୪ ରେ ଖେଳିବ ।
ଭାରତୀୟ ଟେଷ୍ଟ୍ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୟସ୍ବାଲ୍, କେଏସ୍ ଭରତ (ୱିକେଟ୍ରକ୍ଷକ), ଆର୍ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ୍, ଈଶାନ କିଶନ (ୱିକେଟରକ୍ଷକ), ନଭଦୀପ ସୈନି।
ସେହିପରି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଭାରତୀୟ ଦଳ ଘୋଷିତ ହୋଇଛି। ଉପେକ୍ଷିତ ୱିକେଟରକ୍ଷକ ସଂଜୁ ସାମସନ୍ ଏହି ଦଳକୁ ପ୍ରତ୍ୟାବର୍ତନ କରିଥିବା ବେଳେ ଅନ୍ୟତମ ୱିକେଟରକ୍ଷକ ବ୍ୟାଟର୍ ଈଶାନ କିଶନ ମଧ୍ୟ ସାମିଲ ଅଛନ୍ତି । ଗତବର୍ଷ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ମାତ୍ର ଦିନିକିଆ ଖେଳିଥିବା ଋତୁରାଜ ଗାଏକ୍ବାଡଙ୍କ ସହ ମୁକେଶ କୁମାର ଏହି ଦଳରେ ସୁଯୋଗ ପାଇଛନ୍ତି। ରୋହିତ ଶର୍ମାଙ୍କ ଉପ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନିଯୁକ୍ତ କରାଯାଇଛି । ମହମ୍ମଦ ସାମିଙ୍କୁ ଟେଷ୍ଟ୍ ଭଳି ଦିନିକିଆ ଦଳରୁ ମଧ୍ୟ ବିଶ୍ରାମ ଦିଆଯାଇଛି ।
ଭାରତୀୟ ଦିନିକିଆ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ୍, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/8-19.jpg)