ପୁଣି ଚର୍ଚ୍ଚାକୁ ଆସିଲେ ଗାନ୍ଧିଜୀଙ୍କ ଫଟୋକୁ ଗୁଳି ମାରି ନକଲି ରକ୍ତ ବୁହାଇଥିବା ପୂଜା ସକୁନ୍ ପାଣ୍ଡେ ! ସ୍କୁଲର ଟପ୍ପର ଛାତ୍ର୍ରଛାତ୍ରୀଙ୍କୁ ବାଣ୍ଟିଲେ ଛୁରି ଏବଂ ଖଣ୍ଡା ।

181

ଉତ୍ତରପ୍ରଦେଶର ଅଲ୍ଲିଗଡରେ ଗାନ୍ଧି ଜୟନ୍ତୀ ସମୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମାକୁ ଗୁଳି ମାରିଥିବା ପୂଜା ସକୁନ୍ ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ସକୁନ୍ ପାଣ୍ଡେ ନୌରଙ୍ଗାବାଦ୍ ଅଞ୍ଚଳରେ ରହୁଛନ୍ତି । ସେ ଏବେ ଭିନ୍ନ ଭିନ୍ନ ସ୍କୁଲରେ ଟପ୍ କରୁଥିବା ଛାତ୍ରଛାତ୍ରୀଙ୍କୁ ଉପହାର ସ୍ୱରୁପ ଚାକୁ-ଖଣ୍ଡା ଦେଉଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରେଣୀ ୬ ରୁ ୭ ପିଲା ଅଧିକ ଥିଲେ । ପୂଜା ସକୁନ୍ ମଙ୍ଗଳବାର ବୀର ସାବରକରଙ୍କ ଜୟନ୍ତୀରେ ନିଜ ଘରେ ହିଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେହି ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା ଯେଉଁମାନେ ସ୍କୁଲରେ ପରୀକ୍ଷାରେ ଟପ୍ କରିଥିଲେ ।

ପିଲାଙ୍କୁ ଦେଲେ ବହି :

କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପାଇଁ ସେ ଛୁରି ଏବଂ ଖଣ୍ଡା ଉପହାର ଦେଇଥିଲେ ଏବଂ କହିଥିଲେ ନିଜ ସୁରକ୍ଷା ନିଜେ କର । ପିଲାଙ୍କୁ ରାଷ୍ଟ୍ରବାଦ ବିଷୟ ଉପରେ ଏକ ପୁସ୍ତକ ମଧ୍ୟ ଦିଆଯାଇଥିଲା । ଏହି ବହି ଉପରେ ପୂଜା ସକୁନ୍ ଙ୍କ ସହ ବୀର ସାବରକରଙ୍କ ଫଟୋ ମଧ୍ୟ ରହିଛି । ପିଲାଙ୍କୁ ଭଗବତ୍ ଗୀତା ମଧ୍ୟ ଦିଆଗଲା । ଏହି ସମୟରେ ପୂଜା ପିଲାଙ୍କୁ ବୀର ସାବରକରଙ୍କ ଜୀବନୀ ବିଷୟରେ କହିଲେ । ଏହାସହ ଦେଶର ରକ୍ଷା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ଦେଶର ସୁରକ୍ଷା ଏବଂ ଦେଶହୀତ ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ କହିଥିଲେ । ଆପଣଙ୍କୁ କହିରଖୁଛୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳି ମାରିବା ଘଟଣାରେ ସେ ଜେଲ୍ ମଧ୍ୟ ଯାଇସାରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଜେଲ୍ ଯାଇଥିବା ଆଉ ଜଣେ ମହିଳାଙ୍କୁ ସେ ବିରାଙ୍ଗନା କହି ତାଙ୍କୁ ଏକ ଖଣ୍ଡା ଉପହାର ସ୍ୱରୁପ ଦେଇଥିଲେ ।