ପୂଜାରେ ମେଲୋଡି ମାନିଆ : ପେଣ୍ଡାଲ ସ୍ଥଳରେ ଜମୁଛି ସଂଗୀତ କାର୍ଯ୍ୟକ୍ରମ, ବଢୁଛି ଭିଡ

Advertisment
ପୂଜାରେ ମେଲୋଡି ମାନିଆ : ପେଣ୍ଡାଲ ସ୍ଥଳରେ ଜମୁଛି ସଂଗୀତ କାର୍ଯ୍ୟକ୍ରମ, ବଢୁଛି ଭିଡ

କନକ ବ୍ୟୁରୋ : ମହାଆଡମ୍ବରରେ ଆଗେଇ ଚାଲିଛି ମା’ଙ୍କର ଶାରେଦୀୟ ପୂଜା । ଆଜି ଦଶମୀ ତିଥି , ଦଶହରା । ମାଆଙ୍କ ପୂଜାପର୍ବ ମଧ୍ୟରେ ଚାଲିଛି ମେଲୋଡି କାର୍ଯ୍ୟକ୍ରମ । ଲୋକେ ମା’ଙ୍କର ଦର୍ଶନ କରିବା ସହ ବିଭିନ୍ନ ଆକର୍ଷଣୀୟ ତୋରଣକୁ ଦେଖୁଛନ୍ତି । ଆଉ ମେଲୋଡିର ମଜା ନେଉଛନ୍ତି ।

ବିଭିନ୍ନ ପୂଜା କମିଟି ପକ୍ଷରୁ ମେଲୋଡି ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ପୂଜା ସ୍ଥଳରେ ବିଭିନ୍ନ ଭକ୍ତିମୟ ସଂଗୀତ କାର୍ଯ୍ୟକ୍ରମ ସହ ମେଲୋଡିର ଆସର ଜମୁଛି । ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମୁଛି । ସେପଟେ ଅଧ ରାତି ଯାଏଁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାକେଦମ ହେଉଛି ପୋଲିସ । ଘଂଟା ଘଂଟା ଯାଏ ରାସ୍ତା ଉପରେ ଗାଡି ସବୁ ଛିଡା ହୋଇ ରହୁଛି । ରାତି ବଢିବା ସହ ଭିଡ ବି ଜମୁଛୁ ପୂଜା ମଣ୍ଡପ ମାନଙ୍କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe