ଗଞ୍ଜାମ ଦଶହରା ପାଇଁ ଗାଇଡଲାଇନ । ମୂର୍ତିର ଉଚ୍ଚତା ରହିବ ୪ ଫୁଟ : ଭକ୍ତଙ୍କୁ ଦର୍ଶନ ମନା : ପୂଜା ମଣ୍ଡପ ନିକଟରେ ରହିବେ ମାତ୍ର ୭ ଜଣ

1,870

କନକ ବ୍ୟୁରୋ : ଗଞ୍ଜାମ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପୂଜା ଗାଇଡଲାଇନ ଜାରି ହୋଇଛି । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଏହି ନିର୍ଦ୍ଦେଶନାମା ଆସିଛି । ଏହି ନିର୍ଦ୍ଦେଶନାମା ଅନୁସାରେ, ଦୁର୍ଗାପୂଜା ମଣ୍ଡପରେ ପାଳନ କରିବା ଲାଗି ସଂପୃକ୍ତ ଅଚଂଳର ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ଆଣିବାକୁ ପଡିବ । ପୂଜାମଣ୍ଡପ ଓ ପେଣ୍ଡାଲଗୁଡିକୁ ଆବୃତ କିମ୍ବା ବନ୍ଦ କରି ରଖିବାକୁ ପଡିବ ।

ଭକ୍ତ କିମ୍ବା ଲୋକଙ୍କୁ ଠାକୁର ଦର୍ଶନକୁ ବାରଣ କରାଯାଇଛି । ପୂଜା ବେଳେ ଡାକବାଜିଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ । ପୁରୋହିତ , ଆୟୋଜକଙ୍କୁ ମିଶାଇ ମୋଟ ୭ ଜଣ ବ୍ୟକ୍ତି ପୂଜା ମଣ୍ଡପ ନିକଟରେ ରହିବେ । ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ଦିଆଯିବନାହିଁ । ମୂର୍ତିଗୁଡିକୁ କୁତ୍ରିମ ପୋଖରୀରେ ବିସର୍ଜନ କରାଯିବ । ସେହିଭଳି ମନୋରଞ୍ଜନଧର୍ମୀ ଓ ମ୍ୟୁଜିକାଲ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ । ଏହି ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।

Comments are closed.