କେନ୍ଦ୍ରସରକାରଙ୍କ ପୂଜା ଭେଟି । ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । ଖର୍ଚ୍ଚ ହେବ ୩,୭୩୭ କୋଟି ଟଙ୍କା ।

କେନ୍ଦ୍ର କର୍ମଚାରୀଙ୍କୁ ପୂଜା ବୋନସ୍

2,875

କନକ ବ୍ୟୁରୋ : କର୍ମଚାରୀକେନ୍ଦ୍ରସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ ବେଳେ ବି ସରକାର ବୋନସ ଦେବାକୁ ନେଲେ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । ୩୦ ଲକ୍ଷ କର୍ମଚାରୀଙ୍କୁ ୩,୭୩୭ କୋଟି ଟଙ୍କାର ବୋନସ ପ୍ରଦାନ କରାଯିବ । ଏହି ବୋନସ ଦଶହରା ପୂର୍ବରୁ ଦିଆଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର କ୍ୟାବିନେଟରେ ଏନେଇ ନିସ୍ପତ୍ତି ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।