କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ : ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଂଟ

ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ଟିଏମସି ସାଂସଦ ଡାରେକ ଓବ୍ରାଏନ

228

କନକ ବ୍ୟୁରୋ : କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଡ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣ ପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ ଲେଖାଅଛି ଏକାଠି ଲଢିଲେ ଭାରତ କରୋନା ବିରୋଧି ଲଢେଇରେ ଜିତିବ ।

ସେହିପରି ଟିକା ସହ ସତର୍କତା ମଧ୍ୟ ଜରୁରୀ ବୋଲି ଲେଖାଅଛି । ଏହି ଫଟୋକୁ ନେଇ ଆପତ୍ତି ଉଠାଇଛି ଟିଏମସି । ଯେହେତୁ ପଶ୍ଚିମବଙ୍ଗରେ ଆଗକୁ ନିର୍ବାଚନ ହେବାର ଅଛି, ତେଣୁ ଏହାକୁ ପ୍ରସଙ୍ଗ କରିଛି ଟିଏମସି । ଏନେଇ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଟିଏମସି ସାଂସଦ ଡାରେକ ଓବ୍ରାଏନ ।

– କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ଟିଏମସିର ଆପତ୍ତି
– ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ତୃଣମୂଳ କଂଗ୍ରେସ
– ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇବାକୁ ଦାବି କରିବ ଟିଏମସି
– ପବ୍ଲିସିଟି ଷ୍ଟଂଟ କହିଲେ ଟିଏମସି ସାଂସଦ ଶାନ୍ତୁନ ସେନ୍
– ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି : ଟିଏମସି
– ଲୋକଙ୍କ ଟଙ୍କାରେ ନିଜସ୍ୱ ପ୍ରଚାର କରୁଛନ୍ତି ମୋଦି: ଟିଏମସି
– ବିଧାନସଭା ନିର୍ବାଚନ ପୂର୍ବରୁ ଟିମଏସିକୁ ମିଳିଗଲା ବଡ ପ୍ରସଙ୍ଗ
– ପଶ୍ଚିମବଙ୍ଗରେ ଟିଏମସି-ବିଜେପି ମଧ୍ୟରେ ହେଉଛି କଡା ମୁକାବିଲା
– ଉଭୟ ଦଳ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି