ରାଜଗାଙ୍ଗପୁରରେ ପ୍ରସ୍ତାବିତ ଜନ ଶୁଣାଣିକୁ ବିରୋଧ : ଗତକାଲି ବିରୋଧ ପରେ ଆଜି ପୁଣି ପୁଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ

ଜନଶୁଣାଣିକୁ ଯାଉଥିବା ଅଧିକାରୀଙ୍କୁ ରାସ୍ତାରେ ଅଟକାଇଲେ ଲୋକ

124

କନକ ବ୍ୟୁରୋ : ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁର ବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ  । ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ସ୍ଥାନୀୟ ଲୋକେ  । ଖଣି ସଂପ୍ରସାରଣ ପାଇଁ କେଶରାମାଲ ଓ ଝଗରପୁର ପଂଚାୟତରେ ଆଜି ଜନ ଶୁଣାଣି ହେବାର ଅଛି  । ତେଣୁ ଉଭୟ ସ୍ଥାନରେ ରାସ୍ତା ଅବରୋଧ କରି ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ  ।

ସୁନ୍ଦରଗଡ଼ କୁତ୍ରା ତେଲିଘଣାରେ ଜିନ୍ଦଲ କମ୍ପାନୀର ସିମେଣ୍ଟ କାରଖାନା ପାଇଁ ଖତକୁରବାହାଲରେ ଥିବା ଚୂନ ପଥର ଖଣି ବାବଦକୁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ହେବ  । ତେଣୁ ପରିବେଶ ସମ୍ପର୍କିତ ଜନଶୁଣାଣି ହେବାର ଅଛି  । ହେଲେ ଏହି ଜନଶୁଣାଣିକୁ ବିରୋଧ କରିବା ପାଇଁ ଆଦିବାସୀମାନେ ଅଂଟା ଭିଡିଛନ୍ତି  । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛନ୍ତି  ।