କନକ ବ୍ୟୁରୋ : ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁର ବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ । ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ସ୍ଥାନୀୟ ଲୋକେ । ଖଣି ସଂପ୍ରସାରଣ ପାଇଁ କେଶରାମାଲ ଓ ଝଗରପୁର ପଂଚାୟତରେ ଆଜି ଜନ ଶୁଣାଣି ହେବାର ଅଛି । ତେଣୁ ଉଭୟ ସ୍ଥାନରେ ରାସ୍ତା ଅବରୋଧ କରି ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ ।
ସୁନ୍ଦରଗଡ଼ କୁତ୍ରା ତେଲିଘଣାରେ ଜିନ୍ଦଲ କମ୍ପାନୀର ସିମେଣ୍ଟ କାରଖାନା ପାଇଁ ଖତକୁରବାହାଲରେ ଥିବା ଚୂନ ପଥର ଖଣି ବାବଦକୁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ହେବ । ତେଣୁ ପରିବେଶ ସମ୍ପର୍କିତ ଜନଶୁଣାଣି ହେବାର ଅଛି । ହେଲେ ଏହି ଜନଶୁଣାଣିକୁ ବିରୋଧ କରିବା ପାଇଁ ଆଦିବାସୀମାନେ ଅଂଟା ଭିଡିଛନ୍ତି । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/19-29.jpg)