ଜୁଲାଇ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ କଲେ ରାଜ୍ୟ ସରକାର । ବନ୍ଦ ରହିବ ଯାତ୍ରୀବାହୀ ବସ ଚଳାଚଳ । ଜାରି ରହିବ ଅତ୍ୟାବଶ୍ୟକ ସେବା ।
କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ । ତେବେ ଏହି ସମୟରେ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜୁଲାଇ ୧ ତାରିଖ ଯାଏଁ ବସ୍ ସେବା ରାଜ୍ୟରେ ବନ୍ଦ ରହିବ ବୋଲି କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
#କଟକଣା_କୋହଳ: #କେଉଁ_ଜିଲ୍ଲାରେ_କେତେ_ସମୟ?
୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଏବଂ ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲାରହିବ ଦୋକାନ । ପୂର୍ବଭଳି ସମସ୍ତ ଜିଲ୍ଲାରେ ଜାରି ରହିବ ସପ୍ତାହାନ୍ତ ସଟଡାଉନ୍ । #Lockdown #Odisha pic.twitter.com/82DBIXnU0F— Kanak News (@kanak_news) June 16, 2021
ତେବେ ମାଲ ପରିବହନ କରୁଥିବା ଗାଡିଗୁଡିକ ଅବାଧରେ ଯିବା ଆସିବା କରିପାରିବ । ଏହାସହିତ ଅଗ୍ନିଶମ, ଓଡ୍ରାଫ୍ ଏବଂ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ ବୋଲି କୁହାଯାଇଛି । ସେହିପରି ନଜର ପକାନ୍ତୁ, ଲକଡାଉନ୍ ସମୟରେ କଣ ଖୋଲାରହିବ ଏବଂ କଣ ବନ୍ଦ ରହିବ?
#କଣ_ଖୋଲା? #କଣ_ବନ୍ଦ?
ଜାଣନ୍ତୁ, ରାଜ୍ୟରେ ଲକଡାଉନ୍ କୋହଳ ହେବା ପରେ କଣ ଖୋଲାରହିବ ଏବଂ କଣ ବନ୍ଦ ରହିବ? #Lockdown #Odisha @IPR_Odisha pic.twitter.com/AoMfH1jtQm— Kanak News (@kanak_news) June 16, 2021