ଅତି ଜରୁରୀ ନଥିଲେ ମେଡିକାଲ୍ ଯିବା ମନା । କଟକର ୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

624

କନକ ବ୍ୟୁରୋ: ଅତି ଜରୁରୀ ନଥିଲେ କଟକର  ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ।  ଆଚାର୍ଯ୍ୟ ହରିହର, ଏସସିବି. ଶିଶୁ ଭବନ ଓ ସିଟି ହସ୍ପିଟାଲ ଯିବାକୁ ମନା କରିଛନ୍ତି । ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ବୋଲି ଜିଲ୍ଲାପାଳ କହିଛନ୍ତି । ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି । ତଥାପି ପରିସ୍ଥିତି ନଜରରେ ରଖି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।

କୋଭିଡ କଟକଣା ଭିତରେ କଟକରେ ସଟଡାଉନ୍ ଜାରି ରହିଛି  । ବିଭିନ୍ନ ଛକ ସ୍ଥାନ ଗୁଡିକରେ ପୋଲିସ କଡା ପାଟ୍ରୋଲିଂ କରୁଛି । ୮ ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ସେପଟେ କରୋନାକୁ ନେଇ ସିଏମସି ନେଇଛି ଆଉ ଏକ ନିଷ୍ପତି । କଟକକୁ ଆସିଲେ ରହିବାକୁ ପଡିବ କ୍ୱାରେଂଟିନରେ । ୫ ଟି ହଟସ୍ପଟ୍ ଜିଲ୍ଲା ଓ କଟକ ଜିଲ୍ଲାର ୫ଟି ବ୍ଳକରୁ କଟକ ସହରକୁ ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଂଟିନ୍ରେ ରହିବାକୁ ପଡ଼ିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ସିଏମସି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସଂକ୍ରମଣ ରୋକିବାକୁ ଏପରି ନିଷ୍ପତି ନେଇଛି କଟକ ମହାନଗର ନିଗମ ।

ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ଜିଲ୍ଲାରୁ କଟକ ଆସିଲେ ସଙ୍ଗରୋଧରେ ରହିବାକୁ ପଡ଼ିବ । ସେହିପରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଳକରୁ କଟକ ମହାନଗମ ଅଂଚଳକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । ହୋମ କ୍ୱାରେଂଟିନ୍ରେ ଯଦି ରହିବା ପାଇଁ ସୁବିଧା ନଥିବ, ତେବେ ସରକାରଙ୍କ କ୍ୱାରେଂଟିନ୍ ସେଂଟରରେ ରହିବେ ବାହାରୁ ଆସୁଥିବା ବ୍ୟକ୍ତି । କଟକରେ ଯେଉଁ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ଜିଲ୍ଲାର ଲୋକ ହୋଇଥିବାରୁ ସିଏମସି ଏହି ନିଷ୍ପତି ନେଇଛି ।