ପବ୍ଲିକ୍ ସ୍ପିକିଂ ବା ସର୍ବସାଧାରଣରେ ବକ୍ତୃତା ଦେବା ଏକ ପ୍ରକାର କଳା । ସମସ୍ତଙ୍କ ଦ୍ୱାରା ଏହା ସହଜରେ ହୁଏ ନାହିଁ । ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବସାଧାରଣରେ ନିଜ ବ୍ୟକ୍ତବ୍ୟ ରଖିବାକୁ ଡରନ୍ତି । ସାମ୍ନାରେ ଥିବା ଜନଗହଳି ଦେଖି ହଡବଡେଇ ଯାଆନ୍ତି । ନର୍ଭସ୍ ହୋଇ କଥା କହି ପାରନ୍ତି ନାହିଁ । ଏଭଳି ଡର କାରଣରୁ ଅନେକ ଲୋକ ନିଜର ବକ୍ତବ୍ୟ ବା ନିଷ୍ପତ୍ତି ଅନ୍ୟମାନଙ୍କ ଆଗରେ ସଠିକ୍ ଭାବେ ଉପସ୍ଥାପନା କରିପାରନ୍ତି ନାହିଁ । ଏଥିପାଇଁ କ୍ୟାରିୟର କ୍ଷେତ୍ରରେ ବା ଦୈନନ୍ଦିନ ଜୀବନରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନିଚ୍ଛା ସତ୍ୱେ ଅନେକ ସମୟରେ ସର୍ବସାଧାରଣରେ ନିଜର ବକ୍ତବ୍ୟ ରଖିବାକୁ ପଡିଥାଏ । ମାତ୍ର ଡର ଯୋଗୁଁ ଆମେ ଆମ ନିଷ୍ପତ୍ତି ବା ବକ୍ତବ୍ୟ ଲୋକଙ୍କ ସାମ୍ନାରେ ସଠିକ୍ ଭାବରେ ଉପସ୍ଥାପନା କରିପାରି ନଥାଉ । ଫଳରେ ଆମର ବକ୍ତବ୍ୟ ପ୍ରଭାବଶାଳୀ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ଅନେକ ଉପାୟ ରହିଛି ।
ପ୍ରଥମରୁ ପ୍ରସ୍ତୁତି କରନ୍ତୁ –
ଲୋକଙ୍କ ସାମ୍ନାରେ ଯାହା ବି କହିବାର ଅଛି ସେଥିପାଇଁ ପ୍ରଥମରୁ ହିଁ ନିଜକୁ ପ୍ରସ୍ତୁତ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଭିତରେ ନକାରାତ୍ମକ ଭାବନା ଦୂର ହୋଇ ଆତ୍ମବିଶ୍ୱାସ ଜାଗ୍ରତ ହେବ । ଯେଉଁ ବିଷୟ ଉପରେ କହିବାକୁ ଚାହୁଁଛନ୍ତି , ସେ ବାବଦରେ ବିସ୍ତୃତ ଓ ସଠିକ୍ ତଥ୍ୟ ହାସଲ କରନ୍ତୁ । ଫଳରେ ଜନସାଧାରଣଙ୍କୁ ସମ୍ବୋଧନ କଲାବେଳେ କେହି କିଛି ପଚାରିଲେ ଅଡୁଆରେ ପଡିବେ ନାହିଁ ।
ସରଳ ଭାଷାର ପ୍ରୟୋଗ କରନ୍ତୁ –
ଯେଉଁ ବିଷୟବସ୍ତୁ ଆପଣ ପ୍ରସ୍ତୁତ କରିଛନ୍ତି , ତା’ର ଭାଷା ଯେମିତି ଅତ୍ୟନ୍ତ ସରଳ ହେବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନିତିଦିନିଆ ଜୀବନରେ କଥାବାର୍ତ୍ତା ବେଳେ ଯେଉଁ ଭାଷା ଓ ଶଦ୍ଦ ବ୍ୟବହାର କରୁଛନ୍ତି , ସେଇ ଶଦ୍ଦ ହିଁ ବାଛନ୍ତୁ । ଫଳରେ ଶୁଣିବା ଲୋକ ସହଜରେ ବୁଝିପାରିବେ ।
ସରଳ ପ୍ରେଜେଣ୍ଟେସନ୍ ଦିଅନ୍ତୁ ନାହିଁ –
ସିମ୍ପଲ ପ୍ରେଜେଣ୍ଟେସନ୍ କରନ୍ତୁ ନାହିଁ । ଯେଉଁ ବିଷୟ କହିବାକୁ ଚାହୁଁଛନ୍ତି ସେଥିରେ ଇନଫୋଗ୍ରାଫିକ୍ , ବୁଲେଟ୍ସ ଏବଂ ନମ୍ବର ଆଦି ବ୍ୟବହାର କରନ୍ତୁ । ପଏଣ୍ଟ , ସବପଏଣ୍ଟ ଦେଇ ବୁଝାନ୍ତୁ । ଫଳରେ ଲୋକମାନେ ସହଜରେ ବୁଝିବା ସହିତ ଅଧିକ ଦିନ ପର୍ୟ୍ୟନ୍ତ ମନେରଖିପାରିବେ ।
ବଡି ଲାଙ୍ଗୁଏଜ୍ –
ସର୍ବସାଧାରଣଙ୍କୁ ସମ୍ବୋଧିତ କଲାବେଳେ ଆପଣ ନିଜର ବଡି ଲାଙ୍ଗୁଏଜକୁ ବା ଶାରୀରିକ ଭାଷା ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡିବ । ଯଦି ଆପଣ ନର୍ଭସ୍ ହୋଇପଡିବେ , ତାହା ଆପଣଙ୍କ ମୁଖମଣ୍ଡଳରୁ ଜଣାପଡିଯିବ । ତେଣୁ ଯେତେବେଳେ ଲୋକଙ୍କ ସାମ୍ନାରେ କହିବା ପାଇଁ ଠିଆ ହେଉଛନ୍ତି , ଏଣେତେଣେ ଚାହିଁ , ମୁହଁ ତଳକୁ କରି କହିବା ବଦଳରେ ସିଧା ସଳଖ ଲୋକଙ୍କୁ ଚାହିଁ ଭାଷଣ ଦିଅନ୍ତୁ ।
ଆତ୍ମବିଶ୍ୱାସ –
ସର୍ବସାଧାରଣ ସମ୍ମୁଖରେ କିଛି କହିବା ପାଇଁ ସବୁଠୁ ଅଧିକ ଦରକାର ଆତ୍ମବିଶ୍ୱାସ । ନିଜ ଉପରେ ବିଶ୍ୱାସ ନ ରହିଲେ ଉପସ୍ଥାପନା ଶୈଳୀ ଠିକ୍ ହେବ ନାହିଁ । ତେଣୁ ଯାହା ବି କହିବାକୁ ଚାହୁଁଛନ୍ତି , ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ହାସଲ କରି ନିର୍ଭୀକ ଓ ସ୍ପଷ୍ଟ ଭାବେ ଉପସ୍ଥାପନ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/getty_614138202_2000133520009280253_328692.jpg)
/kanak/media/post_attachments/wp-content/uploads/2018/09/public-speaking-300x169.jpeg)
/kanak/media/post_attachments/wp-content/uploads/2018/09/38834668-d827-4775-8674-9ea0377e10dd-fotolia_104820251_subscription_monthly_m-300x180.jpg)
/kanak/media/post_attachments/wp-content/uploads/2018/09/Capture-300x110.jpg)
/kanak/media/post_attachments/wp-content/uploads/2018/09/public-speaking-25-300x150.jpg)
/kanak/media/post_attachments/wp-content/uploads/2018/09/441634e4fd-1-1428053908-thaidovoinguoikhuyettat-tam-eva1-300x226.jpeg)