କନକ ବ୍ୟୁରୋ : ଚର୍ଚ୍ଚାରେ ଆଦିବାସୀ ବୃଦ୍ଧା କନକଲତା ପେଣ୍ଠିଆ । ବ୍ଲକ ସ୍ତରରେ ମଧ୍ୟ ଅଫିସରରାଜ ଚାଲୁଥିବା ବେଳେ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ଆଣିଛନ୍ତି କୋରାପୁଟ ବୈପାରୀଗୁଡ଼ା କୁନ୍ଦୁରା ଜିଲ୍ଲାପରିଷଦ ଜୋନ୍-୧ର ସଭ୍ୟା କନକ ଲତା ପେଣ୍ଠିଆ । ଗତ ସୋମବାର ଦିନ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଥିଲା ।

Advertisment

ଏଥିରେ ସେ ସିଧାସଳଖ ଅଫିସର ରାଜକୁ ବିରୋଧ କରିଥିଲେ । କହିଥିଲେ ଜନପ୍ରତିନିଧିଙ୍କୁ ଠିକ୍ ସେ ବ୍ୟବହାର କରୁନାହାନ୍ତି ଅଫିସର । ବିଶେଷ କରି ବିଡିଓଙ୍କ କାର୍ଯ୍ୟକଳାପରେ ସେ ଅତିଷ୍ଠ ଥିବା କହିଛନ୍ତି । ଏହା ସହ ସେ କହିଛନ୍ତି ବ୍ଲକରେ କୌଣସି ଉନ୍ନତିମୂଳକ କାମ ହେୁନଥିବା ବେଳେ ନିୟମିତ ଭାବେ ଗ୍ରାମ ସଭା କିମ୍ବା ସମିତି କରାଯାଉନାହିଁ । ପଂଚାୟତରେ ପିଇଓ ଏବଂ ଜିଆରଏସ୍ମାନେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାରେ ଆଗ୍ରହ ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ବିଡିଓଙ୍କୁ ବଦଳି କରାନଗଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ ଚେତାବନୀ ଦେଇଛନ୍ତି ।