କନକ ବ୍ୟୁରୋ : କଟକ ସାଲେପୁରରେ ଟ୍ରକ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି । ନେମାଳ ଥାନା ତରତ-କୁଟିଲ ଓରତି ମେଡିକାଲେ ଛକରେ ବାଇକ ଆରୋହୀଙ୍କୁ ଟ୍ରକ ଧକ୍କା ଦେବାଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ତାତିଥିଲେ ଲୋକେ ଓ ୩ଟି ଟ୍ରକରେ ନିଆଁ ଲଗାଇଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ୍ତ କରିଛି । ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
କଟକ ସାଲେପୁରରେ ଟ୍ରକ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ନେଇ ତାତିଲେ ଲୋକେ, ଜାଳିଦେଲେ ୩ଟି ଟ୍ରକ୍
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)