କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି କୁହାଯାଉଛି । ଏହାଛଡା ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆଉ ରାସ୍ତା ବଦଳାଇ କାର୍ଯ୍ୟକ୍ରମ ସ୍ଥଳକୁ ବିଧାୟକ ଯାଇଥିଲେ । ଆଉ ବେଦପୁର ଶାସନରେ ଥିବା କମ୍ୟୁନିଟି ସେଂଟର ଉଦଘାଟନ କରିଥିଲେ ।