କନକ ବୁରୋ : ଟ୍ୱିନ ସିଟିରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ନିଷ୍ପତି ନେବ ପ୍ରଶାସନ । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ ମଣ୍ଡପରେ ଗଣେଶପୂଜା ଉପରେ ପ୍ରତିବନ୍ଧକ ଲଗାଇଥିଲା କମିଶନରେଟ ପୁଲିସ । ଏପରିକି ଗଣେଶ ପୂଜା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାିଥିଲା । ଏହାକୁ ବିରୋଧ କରି କଟକର ବୁଢା ଗଣେଶ ପୂଜା କମିଟି ସଭାପତି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହାର ବିଚାର କରି ହାଇକୋର୍ଟ ପ୍ରଶାସନ ନିଷ୍ପତି ନେବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଉ ଦିନକପରେ ଅର୍ଥାତ ୨୨ ତାରିଖରେ ଗଣେଶପୂଜା ପଡୁଛି ।