କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଗୁପ୍ତ ନୀତି ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ,ହରିତାଳ, ଶଙ୍ଖ,କେଶର,କର୍ପୁର,କଇଁଥ ଅଠା,କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି : ଗୁପ୍ତ ନୀତି ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ
/kanak/media/post_attachments/wp-content/uploads/2022/10/BANAKA-LAGI-750x430-1-750x430-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)