କନକ ବ୍ୟୁରୋ: ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର । ପବଜୀ ମୋବାଇଲ ସିଜିନ-୧୦ର ଆରମ୍ଭ ହେବା ନେଇ ଘୋଷଣା ହୋଇଛି ତାରିଖ । ଆସନ୍ତା ନଭେମ୍ବର ୯ରେ ଏହାକୁ ରିଲିଜ କରାଯିବ ବୋଲି ଖବର ମିଳିଛି । ରିଲିଜର ତାରିଖ ଘୋଷଣା ସହ ଏହି ନୂଆ ସିଜିନରେ କ’ଣ ସବୁ ଭିନ୍ନ ରହିବ, ତାହା ମଧ୍ୟ ଜଣା ପଡ଼ିଛି ।
ତେବେ ନଭେମ୍ବର ୧୦ରେ ପବଜୀ ମୋବାଇଲ ରୟାଲ ପାସ୍ ସିଜିନ-୧୦ ଉପଲବ୍ଧ ହେବା ସହ ଏହା ନୂଆ ବିଷୟବସ୍ତୁ, ନୂଆ ଆଇଟମ ଏବଂ ନୂଆ ମିଶନ ସହ ସାମ୍ନାକୁ ଆସିବ । ପବଜୀ ମୋବାଇଲ୍ ରୟାଲ ପାସ ସିଜିନ-୧୦ରେ ମୈଡ୍ ମୈକ୍ସ ଫ୍ୟୁରି ଭଳି ମରୁଭୂମି ପୃଷ୍ଠଭୂମି ରହିବ ବୋଲି ଜଣା ପଡ଼ିଛି । ଏହି ସିଜିନରେ ଇଲାଇଟ ରୟାଲ ପାସର ଦାମ ୬୦୦ୟୁସି ରହିଥିବା ବେଳେ ଇଲାଇଟ ପ୍ଲସ୍ ରୟାଲ ପାସର ଦାମ ୧୮୦୦ୟୁସି ରହିଛି । ଏହି ସିଜିନରେ ଖେଳାଳୀମାନେ ନିୟୁ ପାରାଚ୍ୟୁଟ୍ ସ୍କିନ୍ ସହ ଏମ୨୪୯ସ୍କିନ ଜିତି ପାରିବେ ।
ନୂଆ ପବଜୀ ମୋବାଇଲ ଅପଡେଟରେ ନୂଆ କୁଇକ୍ ଭଏସ୍ ଚାଟ୍ ମଡେଲ ‘ସାରା’ , ନୂଆ ଇମୋସନ୍ସ ଏବଂ ଅବତାର ଫ୍ରେମ ଭଳି ଅଧିକ ଫିଚର ଆସିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/11/qw-3-750x430.jpg)