ଚାଇନା ଗାଲରେ ଆଉ ଏକ ଚାପୁଡା । ଭାରତରେ ବ୍ୟାନ୍ ହେଲା ପବଜି । ଆଉ ୧୧୮ଟି ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଲେ ଭାରତ ସରକାର ।

2,994

କନକ ବ୍ୟୁରୋ : ବଡ଼ ଖବର । ଭାରତରେ ବ୍ୟାନ୍ ହେଲା ଗେମିଂ ଆପ୍ ପବଜି । ଆଉ ୧୧୮ଟି ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଲେ ଭାରତ ସରକାର । ଆଉ ଯାହା ଭିତରେ ରହିଛି ଲୋକପ୍ରିୟ ଗେମିଂ ଆପ୍ ପବଜି । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଜାରି ହେଲା କଟକଣା । ଏଯାଏଁ ମୋଟ୍ ୨୨୪ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।

ଚୀନ୍ ସହ ସୀମା ବିବାଦ ଭିତରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ପୂର୍ବରୁ ଲୋକପ୍ରିୟ ଚାଇନା ଆପ୍ ଟିକଟକ୍ ସମେତ ୧୦୬ଟି ଆପକୁ ବ୍ୟାନ୍ କରିଥିଲେ ସରକାର । ଆଉ ଆଜି ପୁଣି ୧୧୮ଟି ଚୀନ ଆପକୁ ବ୍ୟାନ୍ କରି ଚାଇନା ଗାଲରେ ଶକ୍ତ ଚାପୁଡା ମାରିଛି ଭାରତ ।