କନକ ବ୍ୟୁରୋ: ନିଜକୁ ଜଣେ ସେନା ଅଧିକାରୀ ବୋଲି ପରିଚୟ ଦେଉଥିଲା । ସୋସିଆଲ ମିଡିଆରେ ଝିଅଙ୍କ ସହ ସମ୍ପର୍କ ଆଉ ଡେଟିଂ ଆଉ ତା ପରେ ପ୍ରେମ ନିବେଦନ କରୁଥିଲା ।ଝିଅମାନେ ବିବାହ ପାଇଁ ଜିଦ୍ ଧରିଲେ ସେମାନଙ୍କୁ ଦୁଷ୍କର୍ମ କରିବା ପରେ କରୁଥିଲା ହତ୍ୟା । ଏହାପରେ ସେହି ସ୍ଥାନ ଛାଡି ପଳାଇବା ଥିଲା ଏହି ଯୁବକର କାମ ।

Advertisment

ନିଜକୁ ବିଭିନ୍ନ ବିଭାଗର ଅଧିକାରୀ ଭାବେ ପରିଚୟ ଦେଉଥିବା ଏହି ସାଇକୋ କିଲରକୁ ଗିରଫ କରିଛି ଜୟପୁର ପୋଲିସ । ହତ୍ୟା ମାମଲାର ଯାଞ୍ଚ କରୁକରୁ ପୋଲିସକୁ ବଡ ଧରଣର ସଫଳତା ମିଳିଛି । ରାଜସ୍ଥାନ ଜୟପୁରର କରଧନୀ ଥାନା ଅଞ୍ଚଳରେ ଏହି କୁଖ୍ୟାତ ଅପରାଧୀକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଜଣେ ଯୁବତୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକ ମିଣ୍ଟୁ ଓରଫ୍ ବିକ୍ରମକୁ ଭିୱାଡିରୁ ଗିରଫ କରିଛି ପୋଲିସ୍ ।ତେବେ ଗିରଫ ପରେ ଅଭିଯୁକ୍ତ ଯାହା କହିଛି ତାହା ଜାଣିବା ପରେ ଯେପରି ପୋଲିସର ହୋସ୍ ଉଡିଯାଇଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ମୁଣ୍ଟୁ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ହତ୍ୟା କରି ରେଳ ଧାରଣା ଉପରେ ଫିଙ୍ଗିଦେଇଥିଲା । ଏହା ବାଦ୍ ଉଲୱରରେ ମଧ୍ୟ ତା ବିରୋଧରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ମିଣ୍ଟୁ ଜଣେ ସେକ୍ସ ଆଡିକ୍ଟ ବୋଲି ଜାଣିବାକୁ ପାଇଛି ପୋଲିସ । ସେ ପ୍ରାୟ ୫୦ ରୁ ଅଧିକ ଯୁବତୀଙ୍କ ସହ ଶରୀରିକ ସମ୍ପର୍କ ରଖିଥିବା ପୋଲିସ ନିକଟରେ ଖୁଲାସା କରିଛି ।

publive-image

ଅଭିଯୁକ୍ତ ମିଣ୍ଟୁ ପରିଚୟ ବଦଳାଇ ଭିୱାଡିରେ ରହୁଥିଲା । ଗୋଟିଏ ସହରରେ ଅପରାଧ ଘଟାଇବା ପରେ ସେ ପୁଣି ଆଉ ଏକ ସହରକୁ ଚାଲିଯାଉଥିଲା । ସେଠାରେ ରହି ସେ ପୁଣି ଅନ୍ୟ ଯୁବତୀଙ୍କୁ ବଶବର୍ତ୍ତୀ କରାଇ ସମ୍ବନ୍ଧ ରଖୁଥିଲା । କେଉଁଠାରେ ଆୟକର ବିଭାଗ ଅଧିକାରୀ ତ ଆଉ କେଉଁଠି ଆର୍ମି ଅଫିସର ଏବଂ ଆଉ କେଉଁଠି ପୋଲିସ ଅଫିସର କହି ଝିଅଙ୍କୁ ଫସାଉଥିଲା । ଯେତେବେଳେ କୌଣସି ଯୁବତୀ ବିବାହ କରିବାକୁ ଜିଦ୍ ଧରୁଥିଲା । ତ ମିଣ୍ଟୁ ସେମାନଙ୍କୁ ହତ୍ୟା କରୁଥିଲା ।

ପୂର୍ବରୁ ଏକ ଗ୍ୟାଙ୍ଗ ରେପ୍ ମାମଲାରେ ସେ ୩ ବର୍ଷ ହେଲା ଫେରାର ଥିଲା । ପୋଲିସ ତାକୁ ଖୋଜିଥିଲେ ବି ଟେର ପାଉନଥିଲା । ତେବେ ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମିଣ୍ଟୁ ୫୦ରୁ ଅଧିକ ଯୁବତୀଙ୍କୁ ମିଛ ପ୍ରେମରେ ଫସାଇ ଶରୀରିକ ସମ୍ପର୍କ ରଖୁଥିର । ଏବଂ ପରେ ବିବାହ କରିବା ପୂର୍ବରୁ ହତ୍ୟା କରି ଫେରାର ହୋଇଯାଉଥି । ଏବେ ଅଭିଯୁକ୍ତଙ୍କୁ ଜେରା କରିବାକୁ ରିମାଣ୍ଡରେ ନେଇଛି ପୋଲିସ । ଆହୁରି ବଡ ରହସ୍ୟ ଉପରୁ ଅଭିଯୁକ୍ତ ପରଦା ହଟାଇବାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।