ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଘରୁ ୧୦ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ଜବତ

359

କନକ ବ୍ୟୁରୋ : ଚଢାଉ ବେଳେ ଟଙ୍କା ଗଣି ଗଣି ହାଲିଆ ହୋଇଗଲେ ଅଧିକାରୀ । ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଏପର୍ଯ୍ୟନ୍ତ ବିପୁଳ ପରିମାଣର ଟଙ୍କା ସହ ସୁନା ଅଳଙ୍କାର ଜବତ ହୋଇଛି । ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରୁ ୧୦ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଚଢାଉ ବେଳକୁ ପୁଳା ପୁଳା ଟଙ୍କା ଫିଙ୍ଗିଦେବାକୁ ଉଦ୍ୟମ କରାଯାଇଥିଲା ।

ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ । ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ରହିଛି । ଏହା ସହ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କା । ବିରଂଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା । ଚଢାଉ ବେଳେ ଘରୁ ବିଦେଶୀ ମୁଦ୍ରା ଜବତ ହୋଇଥିବା ବେଳେ ଦୁଇ ଥର ବିଦେଶ ବୁଲିବାକୁ ଯାଇଥିବା ପିଏସ ମାନିଛନ୍ତି ।