ପିଏସ ବିରଂଚି ସାହୁଙ୍କ ଆୟ ବହିର୍ଭୁତ ସଂପତି ମାମଲା । ଟଙ୍କା କାରବାର ତଦନ୍ତ କରିବ ଇଡି ।

ପିଏସ ବିରଂଚି ସାହୁଙ୍କ ଆୟ ବହିର୍ଭୁତ ସଂପତି ମାମଲା । ଟଙ୍କା କାରବାର ତଦନ୍ତ କରିବ ଇଡି ।

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ଏହି ବ୍ୟକ୍ତିଗତ ସଚିବ ଓଡିଶାରେ ଦୁର୍ନୀତିର ପ୍ରତୀକ ବନି ଯାଇଛନ୍ତି । ଏହିଭଳି ବ୍ୟକ୍ତିମାନେ ସରକାରୀ ପଦପଦବିରେ ରହି, ଲୁଟ୍ କରନ୍ତି, ଯୋଗ୍ୟ ପିଲାଙ୍କ ହକ୍ ଛଡାଇ ନେଇ ନିଜ ପକେଟ ଗରମ କରି ଅୟସ କରନ୍ତି ।

ବିରଂଚିଙ୍କ ପାଖରୁ ଭିଜିଲାନ୍ସ ପାଖାପାଖି ୪କୋଟି ଟଙ୍କା ପାଇଛି । ଏସବୁ ଟଙ୍କା କେଉଁଠୁ ଆସିଲା? ଟଙ୍କା କାରବାରର କେମିତି କରୁଥିଲେ? ଆଉ କେଉଁମାନେ ଏହି କାରବାରରେ ତାଙ୍କ ସହ ସମ୍ପୃକ୍ତ ଥିଲେ କି ନାହିଁ? ଅନ୍ୟ ଅଧିକାରୀ ଓ କର୍ମଚାରୀ ବି ଏମିତି ନା ସେମାନେ ବି ଏହି କାରବାର କରନ୍ତି? ଏମିତି ଏକାଧିକ ପ୍ରସଙ୍ଗରେ ଟିକିନିଖ୍ ତଦନ୍ତ କରିବ ଇଡି ଅର୍ଥାତ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ବୁଧବାର ଭିଜିଲାନ୍ସ ଅଫିସରେ ପହଂଚି ଆଉ ଜଣେ ଚାକିରୀ ଆଶାୟୀ ନିହାର ରଂଜନ ଦାଶ ଓଏସଏସସିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଦୁର୍ନୀତି ଯୋଗୁଁ ଅଯୋଗ୍ୟଙ୍କୁ ଚାକିରୀ ମିଳୁଥିବା ବେଳେ ମେଧାବୀ ଛାତ୍ର କଟି ଯାଉଛନ୍ତି । ବିଶେଷ କରି ପରୀକ୍ଷା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଓଏସଏସସି କାର୍ଯ୍ୟାଳୟରେ ଥିବା ବିରଂଚି ସାହୁଙ୍କ ଭଳି କର୍ମଚାରୀଙ୍କୁ ଲାଂଚ କାରାବାର କରିବା ସହଜ ହେଉଛି । ଏସଆଇ ପରୀକ୍ଷା ପାଇଁ ୨୦୧୮ରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଯାଏଁ ପ୍ରିଲିମିନାରୀ ପରୀକ୍ଷା କରାନିଯିବା ଦୁର୍ନୀତି ପାଇଁ ବାଟ ଫିଟାଉଛି ।

ନିଜ ପକେଟ ଗରମ କରୁଥିବା ଏଭଳି ସରକାରୀ ଅଧିକାରୀଙ୍କୁ ହୁଏତ ଦଣ୍ଡ ବି ମିଳିପାରେ । କିନ୍ତୁ ସବୁଠାରୁ ବଡ କଥା ହେଉଛି, ଆଉ କେଉଁମାନେ ବିରଂଚି ଭଳି ଲୋକ ତିଆରି କରନ୍ତି, ଏବଂ ଦୁର୍ନୀତି ପାଇଁ ବାଟ ବନାନ୍ତି, ସେମାନେ କେବେ ଧରାପଡିବେ? ପ୍ରକୃତରେ ଆମ ଇଡି କିମ୍ବା ଭିଜିଲାନ୍ସ ସେମାନଙ୍କ ନିକଟରେ ପହଁଚି ପାରିବେ ତ? ନା ତା ଭିତରେ ଆଉ କିଛି ଛପି ଯିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe