ବେଗୁନିଆରେ ବିଗ୍ ଫାଇଟ୍ : ବିଜେଡି-ବିଜେପିକୁ ଟକ୍କର ଦେବା ପାଇଁ ମୈଦାନକୁ ପ୍ରାର୍ଥୀ ଆଣିଲା କଂଗ୍ରେସ । ରାଜେନ୍ଦ୍ର ଏବଂ ରିଷଭଙ୍କ ସହ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପୃଥ୍ୱୀବଲ୍ଲଭ

Advertisment
ବେଗୁନିଆରେ ବିଗ୍ ଫାଇଟ୍ : ବିଜେଡି-ବିଜେପିକୁ ଟକ୍କର ଦେବା ପାଇଁ ମୈଦାନକୁ ପ୍ରାର୍ଥୀ ଆଣିଲା କଂଗ୍ରେସ । ରାଜେନ୍ଦ୍ର ଏବଂ ରିଷଭଙ୍କ ସହ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପୃଥ୍ୱୀବଲ୍ଲଭ

ପୁଣି ବିଳମ୍ବିତ ରାତିରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୨ ଲୋକସଭା ଆସନ ଓ ୯ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି ସାଧାରଣ ସଂପାଦକ ମୁକୁଲ ୱାସନିକଙ୍କ ଦସ୍ତଖତରେ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏହି ତାଲିକା ପ୍ରକାଶ ପାଇଛି। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ଦଳ ବେଗୁନିଆ ଆସନରୁ ପ୍ରାର୍ଥୀ କରିଛି। ବେଗୁନିଆ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯାଉଥିବା ବେଳେ ଏହି ଅଂଚଳରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ନିର୍ବାଚନ ହେବାକୁ ଅଛି ଏବଂ ଏହାର ଫଳାଫଳ ମେ ୨୩ରେ ଘୋଷଣା ହେବ । ବେଗୁନିଆରୁ ରାଜେନ୍ଦ୍ର କୁମାର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ରିଷଭ ନନ୍ଦଙ୍କୁ ଏହି ଆସନରୁ ଓହ୍ଲାଇଛି । ବିଜେଡି, ବିଜେପି ଓ କଂଗ୍ରେସ ବେଗୁନିଆ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ଏବଂ ତିନି ଦଳ ଭିତରେ ଜୋରଦାର ଟକ୍କର ହେବାର ଅନୁମାନ କରାଯାଉଛି ।

publive-image

ଚଳିତ ଥର କଂଗ୍ରେସ ଟିକେଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ଏହି ନିର୍ବାଚନ ଜିତିବା ନେଇ ଆଶାବାଦୀ ଥିବା ବେଳେ ନିର୍ବାଚନରେ କଂଗ୍ରେସ କଡା ଟକ୍କର ଦେବ ବୋଲି ସେ କହିଥିଲେ । ତେବେ ଜାନକୀବାବୁଙ୍କ ପୁଅ ଭାବେ ପୃଥ୍ୱୀବଲ୍ଲଭଙ୍କୁ ପ୍ରାର୍ଥୀ କରିଥିବାରୁ କଂଗ୍ରେସ ଦଳ ଲାଭବାନ ହେବ ବୋଲି ଆଶା କରାଯାଉଛି । କାହିଁକିନା ଜାନକୀଙ୍କ ସମର୍ଥକମାନେ ପୃଥ୍ୱୀଙ୍କ ସପକ୍ଷରେ ଅଛନ୍ତି ।

publive-image

ସେମିତି ବିଜେଡି ପ୍ରାର୍ଥୀ ଭାବେ ୨୦୧୪ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ ଜଗଦେବଙ୍କୁ ଦଳ ଚିଲିକାରୁ ଟିକେଟ୍ ଦେଇଛି ଏବଂ ସେହି ସ୍ଥାନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଏଥର ଟିକେଟ୍ ଦେଇଛି । ୨୦୧୪ରେ ରାଜେନ୍ଦ୍ର କୁମାର ସାହୁ ୭୨,୨୯୭ ଭୋଟ୍ ପାଇ ଖୋର୍ଦ୍ଧା ଆସନ ହାତେଇଥିଲେ । ସେଥିପାଇଁ ଦଳ ତାଙ୍କ ଉପରେ ବିଶ୍ୱାସ କରି ଏଥର ମଧ୍ୟ ତାଙ୍କୁ ଟିକେଟ୍ ଦେଇଛି କିନ୍ତୁ ନିର୍ବାଚନ ମଣ୍ଡଳୀ ବଦଳାଇ ଦେଇଛି ।

publive-image

ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପି ଦଳରୁ ବେଗୁନିଆ ଆସନ ପାଇଁ ଟିକେଟ୍ ପାଇଛନ୍ତି । ତେବେ ସେ ବେଗୁନିଆରୁ ବିଜେଡି ଟିକେଟ୍ ପାଇଁ ଆଶାବାଦୀ ଥିଲେ, ହେଲେ ଦଳ ପକ୍ଷରୁ ଟିକେଟ୍ ମିଳିବା ନେଇ କୌଣସି ସଂକେତ ମିଳିନଥିବାରୁ ସେ ମାର୍ଚ୍ଚ ୨୧ରେ ଶଙ୍ଖ ଛାଡି ପଦ୍ମ ଶିବିରରେ ଯୋଗ ଦେଇଥିଲେ । ତେବେ ବାପା ପ୍ରଶାନ୍ତ ନନ୍ଦ ବିଜେଡିରେ ଥିବାବେଳେ ପୁଅ ବିଜେପିରୁ ଟିକେଟ୍ ପାଇଛନ୍ତି । ୨୦୧୪ରେ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ ବେଗୁନିଆରୁ ଟିକେଟ୍ ଦେଇଥିବାବେଳେ ରିଷଭ ନନ୍ଦଙ୍କୁ ରାଜ୍ୟସଭା ପଠାଇଥିଲା । ସେ ବେଗୁନିଆରୁ ବିଧାନସଭା ଟିକେଟ ପାଇଁ ଆଶାବାଦୀ ଥିଲେ କିନ୍ତୁ ଏଥର ଯେଉଁ ଦଳ ହେଉ ନା କାହିଁକି ତାଙ୍କୁ ଟିକେଟ୍ ମିଳିଯାଇଛି ଓ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe