ବିକଶିତ ଆମେରିକାକୁ ଜ୍ଞାନ ବାଣ୍ଟିଲା ବିକାଶଶୀଳ ଭାରତ : ଏସ୍. ସୋମନାଥଙ୍କ ବୟାନ, ଚନ୍ଦ୍ରଯାନ-୩ର ବୈଷୟିକ ଜ୍ଞାନ ଇସ୍ରୋକୁ ମାଗିଥିଲା ନାସା

589

କନକ ବ୍ୟୁରୋ : ନାସା ମାଗିଥିଲା ଚନ୍ଦ୍ରଯାନ-୩ର ଟେକ୍ନୋଲୋଜି । ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ ନାସାର ବୈଜ୍ଞାନିକମାନେ ଭାରତକୁ ଏହାର ଟେକ୍ନୋଲୋଜି ସେୟାର କରିବାକୁ କହିଥିଲେ । ଚନ୍ଦ୍ରଯାନ-୩ ମହାକାଶଯାନର ବିକାଶ କରାଯାଉଥିବା ସମୟରେ ବେଷୟିକ ତଥ୍ୟ ମାଗିଥିଲା ନାସା । ଏପରି ବୟାନ ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ତାମିଲନାଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ରୋ ମୁଖ୍ୟ ଏପରି ସୂଚନା ଦେଇଛନ୍ତି ।

ଚନ୍ଦ୍ରଯାନ-୩ ବିକଶିତ ହେବା ସମୟରେ ନାସା-ଜେପିଏଲର ୫ରୁ ୬ ଜଣ ବୈଜ୍ଞାନିକ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ । ଏହି ବୈଜ୍ଞାନିକମାନେ ବିଶ୍ୱର ଅନେକ ରକେଟ୍ ଏବଂ କଠିନ ମିଶନକୁ ରୂପରେଖ ଦେଇ ସାରିଛନ୍ତି । ସେମାନଙ୍କୁ ଇସ୍ରୋର ଇଞ୍ଜିନିୟରମାନେ କିଭଳି ଏହାକୁ ତିଆରି କରିଛନ୍ତି ଓ ଅଗଷ୍ଟ ୨୩ ତାରିଖରେ କିପରି ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ତାହା ବୁଝାଇଥିଲେ । ସେମାନେ ଶୁଣିବା ପରେ ସବୁ କିଛି ଭଲ ବୋଲି କହିଥିଲେ । କିପରି ଏହାକୁ ତିଆରି କରାଗଲା ଓ ଆମେରିକାକୁ କାହିଁକି ବିକ୍ରି କରୁନାହାନ୍ତି ବୋଲି ପଚାରିଥିଲେ ।