କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଛି। ଗତକାଲି ପ୍ରାୟ ସାଢ଼େ ୧୨ଟା ସମୟରେ ଓକିଲମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିଥିଲେ। ଫଳରେ, ସମସ୍ତ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଥିଲା ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଶିକ୍ଷା ବିଭାଗ ସଚିବଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ଚାଲିଥିବା ଭିଡିଓ କନଫ୍ରେନସିଂ ଅଧାରୁ ବନ୍ଦ ହୋଇ ଯାଇଥିଲା।

Advertisment

publive-imageପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ବିଚାର ବିଭାଗୀୟ କାର୍ଯ୍ୟବନ୍ଦ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି। ୫ ତାରିଖରୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମାତ୍ର ୭ ତାରିଖରୁ ସର୍ତ୍ତମୂଳକ ଭାବରେ ଆନ୍ଦୋଳନ କୋହଳ କରାଯାଇଥିଲା। ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ କାର୍ଯ୍ୟଳୟର ପ୍ରଶାସନିକ କାର୍ଯ୍ୟକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା। ମାତ୍ର, ସୋମବାର ରେଙ୍ଗାଲି ଏବଂ ମାନେଶ୍ୱର ତହସିଲର ଜମି ମ୍ୟୁଟେସନ କାର୍ଯ୍ୟ ହୋଇଥିବା ନେଇ ଓକିଲମାନେ ଅବଗତ ହୋଇଥିଲେ। କେତେଜଣ ଓକିଲ ପୂର୍ବାହ୍ନ ପ୍ରାୟ ୯ଟାରେ ମାନେଶ୍ୱର ତହସିଲରେ ପହଞ୍ଚିଥିଲେ। ଅତିରିକ୍ତ ତହସିଲଦାର କାର୍ଯ୍ୟ କରୁଥିବା ନେଇ ଓକିଲମାନେ ବିରୋଧ କରିଥିଲେ। ଯୁକ୍ତିତର୍କ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ କାର୍ଯ୍ୟଳୟରେ ତହସିଲଦାର ଏବଂ ଆରଆଇମାନେ ରାଜସ୍ୱ କାର୍ଯ୍ୟ କରୁଥିବା ନେଇ ଓକିଲମାନେ ଜାଣିବା ପରେ ଉତ୍ତେଜନା ଦେଖାଦେଇଥିଲା। ପ୍ରାୟ ୬୦ ରୁ ୭୦ ଜଣ ଓକିଲ ଜିଲ୍ଲାପାଳ କାର୍ଯ୍ୟଳୟ ପହଞ୍ଚିଥିଲେ। ବିଭିନ୍ନ ବିଭାଗ ଯାଇ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟଳୟ ଛାଡ଼ି ଚାଲିଯିବାକୁ କହିଥିଲେ। ଏହି ସମୟରେ ଆନ୍ଦୋଳନକାରୀମାନେ ଏଡିଏମ କାର୍ଯ୍ୟ।ଳୟରେ କିଛି କାଚ ଭାଙ୍ଗିବା ସହ କାଗଜପତ୍ର ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।