Image Courtesy:vox.com
କନକ ବ୍ୟୁରୋ: ୟୁକ୍ରେନର ବିମାନକୁ ତେହେରାନରେ ଖସାଇଥିବା ଘଟଣାକୁ ଇରାନ ଖସାଇବା ସ୍ୱୀକାର କରିବା ପରେ ସେଠାରେ ଉତେଜନା ବଢିବାରେ ଲାଗିଛି । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟାକାରୀ ଦର୍ଶାଇ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି । ତେହେରାନ ସମେତ ଇରାନର ୪୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସେମାନେ କହିଛନ୍ତି, ଆମେରିକା ନୁହେଁ ବରଂ ଦେଶର ଶତ୍ରୁ ଦେଶ ଭିତରେ ହି ଅଛନ୍ତି । ତେହେରାନ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସ୍ଥାନରେ ବି ଜୋରଦାର ବିକ୍ଷୋଭ ହୋଇଛି । ଇରାନର ଭୁଲ କ୍ଷେପଣାସ୍ତ୍ର ମାଡ ଯୋଗୁଁ ୧୭୬ ଲୋକଙ୍କ ଜୀବନ ନେବାକୁ ଲୋକେ ଗମ୍ଭୀରତାର ସହ ନେଇଛନ୍ତି ଓ ଇରାକ ଶାସନ ବିରୋଧରେ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ ହୋଇଛି । ମୃତକଙ୍କ ମଧ୍ୟରେ ୮୨ ଜଣ ଇରାନ ନାଗରିକ ବି ଥିଲେ ।
Follow Us