ଏନଏସି ଘୋଷଣା ନେଇ ଥମୁନି ପ୍ରତିବାଦ । ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବାଲେଶ୍ୱରରେ ବନ୍ଦ ପାଳନ ।

89

କନକ ବ୍ୟୁରୋ: ରାଜ୍ୟ ସରକାର ୩୫ଟି ନୂଆ ଏନଏସି ଘୋଷଣା କରିବାର ତିନି ଦିନ ପରେ ବି ଥମୁନି ପ୍ରତିବାଦ । ଏନଏସି ମାନ୍ୟତା ଦାବିରେ ମଙ୍ଗଳବାର ବଲାଙ୍ଗୀରର ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁରର ସୁବଳୟା, ସୁବର୍ଣ୍ଣପୁରର ବିନିକାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସେହିପରି ବାଲେଶ୍ୱର ବାଲିଆପାଳରେ ୮ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ଏନଏସି ମାନ୍ୟତା ପାଇଁ ଚାରିଆଡୁ ଦାବି ଉଠୁଥିବାବେଳେ ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ସରକାର ବିଧି ବ୍ୟବସ୍ଥା ଅନୁସାରେ ଏନଏସି ଘୋଷଣା କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ନଜର ପକାନ୍ତୁ ଏନଏସି ମାନ୍ୟତା ପାଇଁ କଣ ରହିଥାଏ ଯୋଗ୍ୟତା….

ଏନଏସି ମାନ୍ୟତା ପାଇଁ ପ୍ରକ୍ରିୟା

  • ପ୍ରଥମେ ପଞ୍ଚାୟତରେ ଏକ ସଂକଳ୍ପ ପାରିତ ହୋଇଥାଏ
  • ପଞ୍ଚାୟତରେ ଜନଶୁଣାଣି ହୁଏ
  • ଜନଶୁଣାଣିରେ ଲୋକଙ୍କ ମତକୁ ବିଚାର କରାଯାଏ
  • ସର୍ବନିମ୍ନ ଜନସଂଖ୍ୟା ୧୦ ହଜାର ହୋଇଥିବ
  • ଭୌଗଳିକ ପରିଧି ଓ ଅବସ୍ଥିତିର ବିଚାର କରାଯାଏ
  • ଅନୁମୋଦନ ପରେ ରାଜ୍ୟପାଳ ବିଜ୍ଞପ୍ତି ଜାରି କରିଥାନ୍ତି

ହେଲେ, ଏନଏସି ଘୋଷଣା ପୂର୍ବରୁ ରାଜ୍ୟ ସରକାର ଏହି ସବୁ ପ୍ରକ୍ରିୟାକୁ ପାଳନ କରିନଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ନିୟମ ଅନୁସାରେ ସବୁ କରାଯାଉଛି ବୋଲି କହିଛନ୍ତି ଶାସକ ଦଳର ନେତା ।