ଜମ୍ମୁ-କାଶ୍ମୀରର ସୁମ୍ବଲ୍ ଅଞ୍ଚଳର ଏକ ଲଜ୍ଜାଜନକ ଘଟଣା ଏବେ ସାର ଅଞ୍ଚଳକୁ ବିଦ୍ରୋହ କରିବା ପାଇଁ ବାଧ୍ୟ କରିଦେଇଛି । ଏଠାକାର ଜଣେ ମୁସଲମାନ୍ ପରିବାରର ୩ ବର୍ଷୀୟା ଝିଅକୁ ନିର୍ମମ ଭାବରେ ଦୁଷ୍କର୍ମ କରାଯାଇଛି । ଚକଲେଟ୍ ଦେବା ବାହାନାରେ ପଡୋଶୀ ଘରର ଯୁବକ ଏଭଳି କାଣ୍ଡ ଭିଆଇଛି । ରମଜାନ୍ ଭଳି ପବିତ୍ର ମାସରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । କୁନିଝିଅଟିକୁ ଚକଲେଟ୍ ଦେବା ବାହାନାରେ ପ୍ରଥମେ ଘରକୁ ନେବା ଏବଂ ପାଇଖାନାରେ ଝିଅଟିର ପାଟିକୁ ବାନ୍ଧି ଦୁଷ୍କର୍ମ କରିଛି ଦୁର୍ବୃତ୍ତ ।
ଆଖପାଖ ଲୋକ ସମସ୍ତେ ମସଜିଦ୍ ରେ ନମାଜ୍ ପଢୁଥିବା ସମୟରେ ଝିଅଟିକୁ ଦୁଷ୍କର୍ମ କରି ପାଇଖାନାରେ ହିଁ କ୍ଷତାକ୍ତ ଅବସ୍ଥାରେ ଛାଡିଦେଇଥିଲା ନରରୂପୀ ରାକ୍ଷସ । ବହୁତ ସମୟ ପର୍ଯ୍ୟନ୍ତ ଝିଅଟିକୁ ଖୋଜିବା ପରେ ପାଇଖାନାରୁ କାନ୍ଦିବା ଶୁଣି ପୀଡିତାର ମା’ ଝିଅଟିକୁ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ । ଝିଅଟି ଗୁରୁତର ଭାବରେ ହସପିଟାଲରେ ଚିକିତ୍ସୀତ ହେଉଥିବା ବେଳେ ଅଞ୍ଚଳବାସୀ ଦୁର୍ବୃତ୍ତକୁ ଫାଶୀ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଘଟଣାକୁ ନିନ୍ଦା କରି ଟ୍ୱିଟରରେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀ ଦୁର୍ବୃତ୍ତକୁ ପଥର ମାଡ଼ କରି ଜୀବନରୁ ମାରିଦେବା କଥା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/102261653_14624bad-e413-440f-9d30-002bb1a6e4ab.jpg)
/kanak/media/post_attachments/wp-content/uploads/2019/05/kashmir2-300x200.png)
/kanak/media/post_attachments/wp-content/uploads/2019/05/109200-feezzwzhnl-1554787411-300x158.jpg)