ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେବ ଜୋରଦାର: ସବୁ ସୀମାରେ ଚାଷୀ କରିବେ ଆମରଣ ଅନଶନ; ସାମିଲ ହେବାକୁ ଆସୁଛନ୍ତି ଆଉ ୧୦ ହଜାର ଚାଷୀ, ଦିଲ୍ଲୀ ଟ୍ରାଫିକ ଜାରି କଲା ଆଡଭାଇଜରି

Advertisment
ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ କୃଷକ ।

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଲକଜାମ ଦେଖିବାକୁ ମିଳିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ସକାଳ ୮ଟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦିଲ୍ଲୀକୁପ ଲାଗିଥିବା ବିଭିନ୍ନ ସୀମାରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହାସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯିବ । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିବେ ।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତା ଉପବାସ ରଖିବେ । ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁ ଓ ଟିକରୀ ସୀମାରେ ଚାଷୀମାନେ ଅନଶନ ଆରମ୍ଭ କରିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଆଜି ରାଜସ୍ଥାନରୁ ଆସିଥିବା ୧୦ ହଜାର ଚାଷୀ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ ।

ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ ।ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ଆଜି ଚାଷୀଙ୍କ ଲକଜାମକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟ୍ରାଫିକ ମାର୍ଗଦର୍ଶିକା ଜାରି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe