ସିଏଏକୁ ବିରୋଧ, ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ । କେଜ୍ରିୱାଲଙ୍କ ବଡ ବୟାନ, କହିଲେ ଦେଶରେ କମିବ ରୋଜଗାର ।

94

କନକ ବ୍ୟୁରୋ: ଦେଶରେ ସିଏଏ ଲାଗୁ ପରେ ବିିଭିନ୍ନ ରାଜ୍ୟରେ ମୁସଲିମ ସମ୍ପ୍ରଦାୟ କରୁଛନ୍ତି ବିରୋଧ ପ୍ରଦର୍ଶନ । ସେପଟେ ଚର୍ଚ୍ଚା ସାଉଁଟିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ । କେଜ୍ରିୱାଲ କହିଛନ୍ତି ୩ ଗରିବ ଦେଶର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେଇ ଭାରତୀୟଙ୍କ ପାଇଁ ବିପଦ ଆଣିଛନ୍ତି ବିଜେପି ସରକାର । ଆଗକୁ ଅଧିକ ସଂଗୀନ ହେବ ସ୍ଥିତି । ଭୋଟବ୍ୟାଙ୍କ ରାଜନୀତି ପାଇଁ ବିଜେପି ନିଚ୍ଚ ସ୍ତରକୁ ଚାଲିଯାଇଛି ।

କେନ୍ଦ୍ର ସରକାର ଦେଶରେ ସିଏଏ ଲାଗୁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିିଭିନ୍ନ ରାଜ୍ୟରେ ମୁସଲିମ ସଂପ୍ରଦାୟ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସେପଟେ କଂଗ୍ରେସ, ଟିଏମସି,ଏଆଇଏଡିଏମକେ ନିଜ ଶାସିତ ରାଜ୍ୟରେ ସିଏଏ ଲାଗୁ କରିବେନି ବୋଲି ସ୍ପଷ୍ଟ ଶଦ୍ଧରେ କହିଛନ୍ତି । ଏହା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଏବେ ବେଶ ଚର୍ଚ୍ଚା ସାଉଁଟୁଛି । ବିଜେପି ସରକାର ଭୋଟ ବ୍ୟାଙ୍କ ରାଜନୀତି କରିବା ପାଇଁ ଦେଶବାସୀଙ୍କୁ ବିପଦରେ ପକାଇଛନ୍ତି । ଭାରତରେ ବେକାରୀ, ରୋଜଗାର ସମସ୍ୟା ରହିଛି । ଏଭଳି ସମୟରେ ସିଏଏ ଲାଗୁ କରି ଅନ୍ୟ ୩ଟି ଗରିବ ଦେଶର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତାର ଉଦ୍ଦେଶ୍ୟ କେବଳ ଭୋଟବ୍ୟାଙ୍କ ରାଜନୀତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ଘୋର ବିରୋଧ କରିଛି ବିଜେପି । ଉସକାଇବା ଭଳି ଭାଷଣ ଦେଇ କେଜ୍ରିୱାଲ ଦେଶରେ ହିଂସା ସୃଷ୍ଟି ପ୍ରୟାସ କରୁଥିବା ଦଳ କହିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛି ଲୋକସଭା ନିର୍ବାଚନ ପୂର୍ବରୁ କେବଳ ଭୋଟ ହାତେବାକୁ ସିିଏଏକୁ ସରକାର ଲାଗୁ କରିଛନ୍ତି ।

ସିଏଏ ବିରୋଧ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ । ସିଏଏକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇବାକୁ ଆବେଦନ କରିଛି ଆଇୟୁଏମଏଲ । ପିଟିସନରେ କୁହାଯାଇଛି ସିଏଏ ହେଉଛି ଅସାମ୍ବିଧାନିକ । ମୁୁସଲମାନଙ୍କ ପ୍ରତି ଏହା ଭେଦଭାବପୂର୍ଣ୍ଣ ପ୍ରୟାସ । ନାଗରିକତ୍ୱ ଅଧିନିୟମରେ କେବଳ କିଛି ଧର୍ମର ଲୋକଙ୍କୁ ନାଗରିକ୍ୱ ମିଳିବା ଉଚିତ । ଏହି ଆଇନର ସାମ୍ବାଦିନକତା ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ୨୫୦ ବିଚାରଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ନଶୁଣାଇବା ଯାଏଁ ସିଏଏ ନିୟମର କାର୍ଯ୍ୟକାରିତା ଉପରେ ରୋଗ ଲଗାଇବାକୁ ପିଟିସନରେ କୁହାଯାଇଛି ।